ଲକ୍ଷ୍ମୀନୃସିଂହ କଳାମନ୍ଦିର ତରଫରୁ ଶିଶୁ ମହୋତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ (୧୪।୧୧) : ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ କଳାମନ୍ଦିର ପରିଷରରେ ଶିଶୁ ଦିବସ ଅବସରରେ ଲକ୍ଷ୍ମୀନୃସିଂହ କଳାମନ୍ଦିର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶିଶୁ ମହୋତ୍ସବ ପାଳନ ହୋଇଯାଇଛି। ମହୋତ୍ସବରେ ମୁଖ୍ୟଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଆସିକା ସଂସଦ ଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ,ହିଞ୍ଜିଳିକାଟୁ ପୌରପରିଷଦ ପୂର୍ବତନ ଉପାଧ୍ୟକ୍ଷ ହୃଦ଼ୟାନନ୍ଦ ମହାପାତ୍ର, ପର୍ଶୁରାମ ସାହୁ ଯୋଗ ଦେଇ ପ୍ରଦ୍ଵିପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଗୂରୂ ଲିଙ୍ଗରାଜ ସେନାପତି ବିବରଣୀ ପାଠ କରିବା ସହ ଅନୁଷ୍ଠାନର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ଶିକ୍ଷକ ନିରଞ୍ଜନ ସାହୁ ଅତିଥୀ ପରିଚୟ ପ୍ରଦାନ କରିଥିଲେ। କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ କରାଯିବା ପରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଅନୁଷ୍ଠାନ ର ଶିଶୁ କଳାକାର ଆୟୃଷି ଆଦର୍ଶ ଜେନା ଶିଶୁ ଦିବସ ଉପରେ ଆଲୋକପାତ କରିଥିଲେ। ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ କଳାମନ୍ଦିର ତରଫରୁ ଗତ ୫ଓ ୬ ତାରିଖ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ପାଇଁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କର ଶିଶୁ ମହୋତ୍ସବ ଅବସରରେ ଛାତ୍ରଛାତ୍ରୀମାନଙ୍କୁ କନିଷ୍ଠ ଓ ବରିଷ୍ଠ ବିଭାଗରେ ୨୪୫ ଜଣ ଙ୍କୂ ନେଇ ସେମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବିତର୍କ, ପ୍ରବନ୍ଧ, ସଙ୍ଗୀତ, ସହ ଵାଦ୍ୟ ଯନ୍ତ୍ର ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତାରେ୧୦୫ ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବା ଶ୍ରେଷ୍ଠ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥୀ ବୃନ୍ଦ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ। ଶିଶୁ ମାନେ ହିଁ ଦେଶର ସମ୍ପଦ, ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ବକ୍ତବ୍ୟ ଅଧ୍ୟକ୍ଷ ପ୍ରକାଶ କରିଥିଲେ। ନିଜ ପିଲାଦିନ ଅନୁଭୂତି ପ୍ରକାଶ କରିବା ଆଧାରରେ ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ହେଲେ ସମାଜରେ ପରିଚୟ ମିଳେ ବୋଲି ଉପାଧ୍ୟକ୍ଷା କହିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ମନୋରଞ୍ଜନ ସହିତ କଳାର ବିକାଶ ଘଟାଏ ଓ ଅନ୍ୟମାନଙ୍କୁ ଉତ୍ସାହିତ କରାଇଥାଏ। ବୃକ୍ଷଲତା ବର୍ଷାକୁ ଚାହିଁଥିଲା ଭଳି ଅନେକ ସମୟରେ ଆମେ ସମସ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ଅପେକ୍ଷା କରିଥାଉ। କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ପୌରପାଳିକା ନିର୍ବାହୀ ଅଧିକାରୀ । ନିଜ ନିଜ ପାଖରେ ଥିବା ପ୍ରତିଭାର ବିକାଶ ପାଇଁ ସାଧନା କରି ଆଗକୁ ନାଁ କମାନ୍ତୁ ବୋଲି କହିଥିଲେ ନୀଳମଣି ପଟ୍ଟନାୟକ ମହୋଦୟ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।କରିଥିବା ବେଳେ ଗୁରୁ ଦିଲ୍ଲିପ କୁମାର ସାହୁ, ଗୁରୁ ରମାକାନ୍ତ ସାହୁ, ରୋହିତ ବିଷୋଈ, ମାନସ ଵେହେରା, ସୁଧାଂଶୁ ବାଡତ୍ୟା, ହିମାଂଶୁ ବେହେରା, ଦିଲ୍ଲୀପ କୁମାର ବୈଠାରୁ, କୃଷ୍ଣ ମହାରଣା, କଳାମନ୍ଦିର ର ସମସ୍ତ ସଦସ୍ୟ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.