ରାଷ୍ଟ୍ରପତିଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ: ସଂପୃକ୍ତ ମନ୍ତ୍ରୀଙ୍କ ଗିରଫ ଦାବି କଲା ଜଗତ୍‌ସିଂହପୁର ବିଜେପି ମହିଳା ମୋର୍ଚ୍ଚା

ଜଗତସିଂହପୁର, ୧୩/୧୧: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରୀ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ କଡା ସମାଲୋଚନା କରାଯାଇଛି । ଏହାକୁ ନେଇ ଆଜି ଜଗତସିଂହପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଗିରଫ ଓ ବହିଷ୍କାର ଦାବିରେ ଜଗତସିଂହପୁର ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଜଗତସିଂହପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରୀଷ୍ଣା ମହାନ୍ତିଙ୍କ ନେତୃତ୍ବରେ ଦଳୀୟ କର୍ମକର୍ତ୍ତା ମାନେ ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ବାହାରି ଜଗତସିଂହପୁର ଥାନାରେ ପହଁଚିଥିଲେ । ଓଡ଼ିଶାର ଝିଅ, ଦେଶର ପ୍ରିୟ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏଭଳି ଅଶାଳୀନ ଓ ଆଇନ ବିରୋଧୀ ମନ୍ତବ୍ୟକୁ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ ଗିରଫ ଦାବି କରାଯାଇଛି । ଯଦି ପଶ୍ଚିମବଙ୍ଗ ସରକାର ମନ୍ତ୍ରୀ ଅଖିଳ ଗିରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

nis-ad
Leave A Reply

Your email address will not be published.