କଳାକାର ଭତ୍ତାଆବେଦନକାରୀଙ୍କ ଦକ୍ଷତା ପରୀକ୍ଷା

ବୁଗୁଡ଼ା : ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ବ୍ଲକ ସ୍ତରୀୟ କଳାକାର ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ବିଡିଓ ବାସୁଦେବ ନାୟକ , ଆଡିସନାଲ୍ ଆଇଆଇସି ଶର୍ମିଷ୍ଠା ପ୍ରଧାନ , ସଙ୍ଗୀତ ଶିକ୍ଷକ ସୁରେନ୍ଦ୍ର ନାଥ ଦାସ , ବରିଷ୍ଠ କଳାକାର ତପନ ମହାରଣା ପ୍ରମୁଖ ବିଚାରକ ଭାବେ ରହିଥିଲେ । ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ କଳାକାର ସଂଘର ଉପସଭାପତି ଜଟେଶ୍ବର ବିଷୋୟୀ ଉପସ୍ଥିତ ରହିଥିଲା ବେଳେ ଏହାକୁ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ତ୍ରିପାଠୀ ପରିଚାଳନା ଏବଂ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ସଂଯୋଜନା କରିଥିଲେ । ଏ ଅବସରରେ ଆବେଦନକାରୀ କଳାକାରଙ୍କ ପ୍ରମାଣ ପତ୍ର ଯାଞ୍ଚ ସହ ଦକ୍ଷତା ପରୀକ୍ଷା କରାଯାଇଥିଲା । ବୁଗୁଡା ବ୍ଲକ ଓ ଏନ୍ଏସିର ପଞ୍ଜିକୃତ ୫୪୩ ଜଣ କଳାକାର ସେମାନଙ୍କ କଳା ଦକ୍ଷତା ପ୍ରଦର୍ଶନ କରିଥିଲେ ।

nis-ad
Leave A Reply

Your email address will not be published.