ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚତୁର୍ଥ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ଜାତୀୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ ଏବଂ ଓଡ଼ିଶା ରାଜ୍ୟ ପ୍ରାଧିକାରଣ ସହଯୋଗରେ ଚତୁର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜର୍ଜ ଆନନ୍ଦଚନ୍ଦ୍ର ବେହେରା ଯୋଗଦେଇ ଲୋକ ଅଦାଲତାର ଶୁଭାରମ୍ଭ କରିଥିଲେ । ବ୍ରହ୍ମପୁର ଜିଲ୍ଲା କୋର୍ଟ ପରିସରରେ ୪ ଟି ବ୍ୟାଚଂ୍ ଆୟୋଜନ କରାଯାଇ ବିଭିନ୍ନ ମାମଲାର ସମାଧାନ ହୋଇଥିଲା । ଜିଲ୍ଲା ଦୌରାଜର୍ଜ ଆନନ୍ଦଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୭୩ ଗୋଟି ମୋଟର ଯାନ ଦୁର୍ଘଟଣା ଜନୀତ ମାମଲାର ଆପୋଷ ବୁଝାମଣା କରାଯାଇ କ୍ଷତିପୂରଣ ବାବଦକୁ ୩ କୋଟି ୫୧ ଲକ୍ଷ ୧୪ ହଜାର ଟଙ୍କା ପ୍ରଦାନ କରିବାକୁ ବୀମା କଂପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୪୧ ଗୋଟି ଚେକ୍ ବାଉସଂ ମାମଲାର ସମାଧାନ କରାଯାଇ ୪୧ ଲକ୍ଷ ୨୨ ହଜାର ୯୩୪ ଟଙ୍କା ପୁର୍ନରୁଦ୍ଧାର କରାଯାଇଛି । ସେହିପରି ୭୮ ଟି ବିବାହୀତ ମାମଲାର ସମାଧାନ ହୋଇଥିବା ବେଳେ ୯୨୧ଟି ଫୌଜଦାରୀ ଓ ଦେବାନୀର ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଛି । ପରିବାର ଅଦାଲତର ବିଚାରପତି ଅଶ୍ୱିନୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ୬୨ ବର୍ଷିୟ ହେମନ୍ତ କୁମାର ସାହୁ ଏବଂ ୫୫ ବର୍ଷିୟା ଜୟନ୍ତୀବାଳା ସାହୁ ବୟସ୍କ ଦମ୍ପତି ଙ୍କ ମଧ୍ୟରେ ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ କରାଯାଇଥିଲା । ସେମାନଙ୍କର ବୈବାହିକ ଜୀବନ ସୁଚାରୁ ରୂପେ ନିର୍ବାହ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏଥିରେ ସଦସ୍ୟ ସୂର୍ଯ୍ୟନାରାୟଣ ପଟ୍ଟନାୟକ, ସଂଘମିତ୍ରା ପଣ୍ଡା, ସାଇକୋଲୋଜିଷ୍ଟ୍ ଶ୍ୟାମାସିକ୍ତା ନାୟକ,ଙ୍କ ଦ୍ୱାରା ଉକ୍ତ ବୟସ୍କ ଦମ୍ପତିଙ୍କ ମାମଲା ସମାଧାନ ହୋଇଥିଲା । ଆଜିର ଏହି ଲୋକ ଅଦାଲତରେ ଦ୍ୱିତୀୟ ଏମ୍‌ଏସିଟି ଜର୍ଜ ରାମଶଙ୍କର ହୋତା, ପ୍ରଥମ ଅତିରିକ୍ତ ଓ ଜିଲ୍ଲା ଦୌରାଜର୍ଜ ସଂଘମିତ୍ରା ଶର୍ମା, ତୃତୀୟ ଅତିରିକ୍ତ ଓ ଜିଲ୍ଳା ଦୌରାଜର୍ଜ ଡ. ଇନ୍ଦୁ ଶର୍ମା, ପ୍ରମୁଖ ଲୋକ ଅଦାଲତ ପରିଚାଳନା କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କୈଳାସ ସାହୁ, ରେଜିଷ୍ଟ୍ରର ସୁଶାନ୍ତ କୁମାର ମିଶ୍ର, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସାରା ଜିଲ୍ଲାରେ ୫୯୭୫ ଟି ମାମଲାର ଆଶୁ ସମାଧାନ କରି ୭ କୋଟି ୫୭ ଲକ୍ଷ ୫ହଜାର ୯୯୬ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

nis-ad
Leave A Reply

Your email address will not be published.