ମୁର୍ମୁର୍ଷୁ ଅବସ୍ଥାରେ ଉଦ୍ଧାର ଯୁବକ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି

ମାଲକାନଗିରି,୧୧।୧୧: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ତେବେ ଆଜି ପୁଣି ଏକ ଯୁବକକୁ ଦରମରା ଅବସ୍ଥାରେ ଗୌଡ଼ଗୁଡା ଛକ ନିକଟ ରାସ୍ତା କଡରୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଜିଲ୍ଲା ସଦରରେ ଥିବା ଏଜୁକେସନ କଲୋନୀର ଯୁବକ ସୁମନ୍ତ କୁମାର ବରାଳର ରକ୍ତ ଜୁଡୁବୁଡୁ ଦେହକୁ କୌଣସି ସୂତ୍ରରୁ ଖବର ପାଇ ମାଲକାନଗିରି ପୋଲିସ ଉଦ୍ଧାର କରିଥିଲା । ତେବେ ଉଦ୍ଧାର ପରେ ତାକୁ ମାଲକାନଗିରି ମୁଖ୍ୟ ଚିକିସ୍ୟାଳୟରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ ସେହି ଯୁବକର ମୁଣ୍ଡରେ, ଛାତିରେ, ବେକରେ ଏକ ଧାରୁଆ ଅସ୍ତ୍ରରେ ମାଡ ହେଇଥିବା ଜଣା ପଡିଛି । ଏଥିସହ ବର୍ତ୍ତମାନ ତାର ଚିକିତ୍ସା ଜାରି ରହିଛି ଓ ଆବଶ୍ୟକ ପଡ଼ିଲେ ରେଫର କରାଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.