ଜିଲ୍ଲାର ଗଣ ପର୍ବ ମାଲ୍ୟବନ୍ତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ମାଲକାନଗିରି (୧୦।୧୧) : ମାଲକାନଗିରି ଜିଲ୍ଲାର ଗଣ ପର୍ବ ମାଲ୍ୟବନ୍ତ ମହୋତ୍ସବ ହେବା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଏହି ମହତୋସବ ପାଳନ ନିମନ୍ତେ ସମସ୍ତ ତାରିଖ ଚୁଡାନ୍ତ କରାଯାଇଛି । ଜିଲ୍ଲା ସଦର ମହକୁମାରେ ଥିବା ଡିଆରଦିଏ କାର୍ଯ୍ୟଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ, ଏସପି ନିତେଶ ୱାଧୱାନି, ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁଙ୍କ ସମେତ ପିଡି ଡିଆରଦିଏ ଓ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଜିର ଏହି ବୈଠକରେ ଆସନ୍ତା ୨୦୨୩ ଜାନୁଆରୀ ୧୫ରୁ ୧୯ ତାରିଖ ଯାଏଁ ଏହି ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାଲ୍ୟବନ୍ତ ମହୋତ୍ସବ ନିମନ୍ତେ ଜିଲ୍ଲାର ଖଇରପୁଟ ବ୍ଲକରେ ଥିବା ଆମାକୁଣ୍ଡରୁ ପାଣି ଆଣିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଜାନୁଆରୀ ୯ ତାରିଖରେ ଏହି ଜଳ ସଂଗ୍ରହ କାର୍ଯ୍ୟକର୍ମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ଜଳ ସଂଗ୍ରହ ପରେ ବ୍ଲକ ସ୍ତରରେ ମାଲ୍ୟବନ୍ତ ମହୋତ୍ସବ ୯ ତାରିଖରୁ ୧୧ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଜିଲ୍ଲା ସଦର ମହକୁମାର ଡିଏନକେ ଖେଳ ପଡିଆ ଠାରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଜିଲ୍ଲାର ଏହି ଗଣ ପର୍ବ ବିଗତ ଦୁଇ ବର୍ଷ ଧରି କାରୋନା ପାଇଁ ବନ୍ଦ ଥିବାବେଳେ ବର୍ତ୍ତମାନ ଏହା ହେବାପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ପରେ ଜିଲ୍ଲାରେ ଖୁଶିର ଲହରୀ ଖେଳି ଯାଇଛି ।

nis-ad
Leave A Reply

Your email address will not be published.