ସମିତିସଭ୍ୟ/ସଭ୍ୟାଙ୍କ ୩ ଦିନିଆ ତାଲିମ ଶିବିର ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସ୍ୱାତି” ପକ୍ଷରୁ ବନ୍ଧଗଡ଼ ତାଲିମ କେନ୍ଦ୍ର ଠାରେ ଜିଲ୍ଲାର ତିନୋଟି ବ୍ଲକ ଫୁଲବାଣୀ, ଖଜୁରୀପଡ଼ା ଓ ଫିରିଙ୍ଗିଆର ନବନିର୍ବାଚ ସମିତିସଭ୍ୟ/ସଭ୍ୟାଙ୍କ ୩ ଦିନିଆ ତାଲିମ ଶିବିର ଉଦଘାଟିତ ହୋଇଯାଇଛି।କନ୍ଧମାଳ ଜିଲାପରିଷଦ ମିଳିତ ସହଯୋଗ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ପଞ୍ଚାୟତ ରାଜ ବିଭାଗ ଓଡ଼ିଶାଙ୍କ ସହାୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳକ ମନୋଜ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ପ୍ରଦୀପ ପ୍ରଜ୍ବଳନ କରି ଉକ୍ତ ତାଲିମ ଶିବିର ଉଦଘାଟନ କରିଥିବା ବେଳେ ସ୍ବାତି ସ୍ବେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଇଂ.ହରିଶଙ୍କର ରାହୁତ ଉପସ୍ଥିତ ରହି ତିନୋଟି ବ୍ଲକ ୪୨ଟି ପଞ୍ଚାୟତର ସମିତିସଭ୍ୟ/ସଭ୍ୟାଙ୍କୁ ସ୍ୱାଗତ କରି ସମ୍ବର୍ଦ୍ଧନା କରିଥିଲେ।ସମସ୍ତଙ୍କ ପପରିଚୟ ପ୍ରଦାନ ପରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ତାଲିମ ଦାତା ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଦ୍ୱାରା ତାଲିମପ୍ରାପ୍ତ ଜୋସ୍ନାରାଣୀ ମହାନ୍ତି ଓ କୈଳାଶ ଚନ୍ଦ୍ର ପାଢ଼ୀ ଯୋଗ ଦେଇଥିଲେ।ସେହିଭଳି ଓଡ଼ିଶା ଜୀବିକା ମିଶନ କନ୍ଧମାଳ ଜିଲ୍ଲା ପ୍ରକଳ୍ପ ପରିଚାଳକ ସନ୍ତୋଷ କୁମାର ରଥ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ ଯୋଗଦେଇ ସରକାରଙ୍କ ଜନହିତକର ଯୋଜନାର ଉପରେ ସଠିକ କାର୍ଯ୍ୟକାରିତା ହେବାପାଇଁ ଓ ଯୋଜନା ସମ୍ପର୍କରେ ଜାଣି ପାରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରି ନିଜ ନିଜ ପଞ୍ଚାୟତର ଜନସାଧାରଣଙ୍କୁ ସଚେତନତା କରିବାକୁ ଉପସ୍ଥିତ ସମସ୍ତ ସମିତିସଭ୍ୟ/ସଭ୍ୟାଙ୍କୁ ଆଲୋକପାତ କରିଥିଲେ।ଏହି ତାଲିମ କାର୍ଯ୍ୟକ୍ରମକୁ ସ୍ୱାତିର ବରିଷ୍ଠ କର୍ମୀ ବିଶ୍ଵ ରଞ୍ଜନ କର ସଂଯୋଜନା କରିଥିଲେ ଓ ପ୍ରଭାତ ନାୟକ, ବିନୋଦ ବେହେରା, ଅନୁପମା କହଁର,ଏଲ ତିର୍କି ରେଡ଼ି ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ତାଲିମର ଦ୍ଵିତୀୟ ଦିନରେ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଜିଲ୍ଲା ପ୍ରଶିକ୍ଷଣ ସଂଯୋଜିକା ଡଃ. ଅଳକା ପଟ୍ଟନାୟକ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.