ମୈନପୁରୀ ସଂସଦୀୟ ଆସନରୁ ଲଢିବେ  ମୁଲାୟମଙ୍କ ବୋହୁ ଡିମ୍ପଲ ଯାଦବ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଗୁରୁବାର ମୈନପୁରୀ ସଂସଦୀୟ ଆସନ ପାଇଁ ଡିମ୍ପଲ ଯାଦବଙ୍କ ନାମ ଘୋଷଣା କରିଛି। ଦଳର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଛି। ଡିସେମ୍ବର ୫ରେ ଏଠାରେ ଉପନିର୍ବାଚନ ହେବ। ଡିମ୍ପଲ ଯାଦବ ହେଉଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ । ସେ ମୁଲାୟମ ସିଂ ଯାଦବଙ୍କ ବୋହୂ ମଧ୍ୟ। ସମାଜବାଦୀ ପାର୍ଟି ଏକ ଟ୍ୱିଟ୍‌ରେ କହିଛି ଯେ, ଦଳ ଡିମ୍ପଲ ଯାଦବଙ୍କୁ ମୈନପୁରୀ ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଘୋଷଣା କରିଛି।
ଦୀର୍ଘ ଦିନର ଅସୁସ୍ଥତା ପରେ ଗତ ମାସରେ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଥିଲା। ୨୦୧୯ରେ ୯୪,୦୦୦୦ ଭୋଟ ବ୍ୟବଧାନରେ ମୁଲାୟମ ମୈନପୁରୀ ଆସନ ଜିତିଥିଲେ। ଏହି ଆସନଟି ସର୍ବଦା ଏସପି ଅକ୍ତିଆରରରେ ରହି ଆସିଛି। ଏହି ନିର୍ବାଚନମଣ୍ଡଳୀରୁ ୧୯୯୬ରେ ମୁଲାୟମ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସେହିପରି ୨୦୦୪, ୨୦୦୯ ଏବଂ ୨୦୧୯ରେ ମଧ୍ୟ ସେ ସଫଳତାର ସହ ବିଜୟ ହାସଲ କରି ଆସନଟିକୁ ନିଜ ଅଧୀନରେ ରଖିଥିଲେ। ତେବେ ୨୦୧୪ ଉପନିର୍ବାନରେ ତେଜ ପ୍ରତାପ ଯାଦବ ଏହି ଆସନରୁ ଜିତିଥିଲେ।

nis-ad
Leave A Reply

Your email address will not be published.