ସ୍ତ୍ରୀ ଓ ୨ ପୁଅଙ୍କ ଆକ୍ରମଣରେ ବାପା ମୃତ

ଖଲିକୋଟ ୦୯/୧୧: ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ। ୨ ପୁଅ ଏବଂ ସ୍ତ୍ରୀର ଆକ୍ରମଣରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ଏହି ଆକ୍ରମଣରେ ମୃତକ ସ୍ୱାମୀଙ୍କ ପରିଚୟ ସୂର୍ଯ୍ୟ ପାହାନ। ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ମଙ୍ଗଳବାର ରାତି ୧୦:୩୦ରେ ତୋଟାଗାଁ ଶ୍ମଶାନ ପାଖରେ ରକ୍ତାକ୍ତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡ଼ିରହିଥିଲା।

ଖଲ୍ଲିକୋଟ ପୋଲିସ ଏନେଇ କୌଣସି ସୁତ୍ରରୁ ଜାଣିପାରି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ପରେ ମୃତକଙ୍କ ୨ ପୁଅ ଓ ସ୍ତ୍ରୀଙ୍କୁ ପୋଲିସ ଅଟକ ରଖିଛି। ଘଟଣାସ୍ଥଳରେ ପୋଲିସ ଏବଂ ସାଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ମୃତକ ସ୍ଵାମୀ ତାଙ୍କ ଦୁଇ ପୁଅ ଏବଂ ସ୍ତ୍ରୀଙ୍କୁ ୧୫ବର୍ଷ ହେଲା ଅତ୍ୟାଚାର କରୁଥଲା ବୋଲି କୁହାଯାଉଛି। ସେଥିପାଇଁ ଏଭଳି ଏକ କରୁଣ ପରିଣତି ଘଟିଛି ବୋଲି ସନ୍ଦେହ କରାଯାଉଛି।

nis-ad
Leave A Reply

Your email address will not be published.