ମହୁଲପୋଚ ଖାଇ ମାତାଲ ହୋଇ ଶୋଇପଡିଲେ ହାତୀ!

ଘଟଗାଁ: ମହୁଲପୋଚ ଖାଇ ମାତାଲ ହୋଇ ଶୋଇପଡିଲେ ହାତୀ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ସୀଲପଦା କାଜୁ ଜଙ୍ଗଲରେ। ୨୪ଟିକିଆ ହାତୀ ପଲ ପାଟଣା ରେଞ୍ଜ ଅଞ୍ଚଳରେ ଉପଦ୍ରଵ ଚଳାଇଛନ୍ତି ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତକାଲି ଏହି ହାତୀପଲ ପାଟଣା ରେଞ୍ଜ ଶିଲପଦା ଗ୍ରାମ ଜଙ୍ଗଲରେ ଥିବା ଲୋକେ ଦେଖିବାକୁ ପାଇଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଜଙ୍ଗଲରେ ଲୋକେ ମହୁଲି ମଦ ତିଆରି ପାଇଁ ମହୁଲପୋଚ ରଖିଥିଲେ। ଉକ୍ତ ମହୁଲପୋଚକୁ ହାତୀପଲ ଖାଇଲା ପରେ ନିଶାରେ ମାତାଲ ହୋଇ ଶୋଇପଡ଼ିଥିଲେ। ଲୋକେ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ହାତୀ ଗୁଡିକ ଶୋଇଥିବା ଦେଖିବାକୁ ପାଇଥିଲେ। ପରେ ନିଶା ଛାଡିବାରୁ ଲୋକେ ହୋହାଲ୍ଲା କରିବାରୁ ହାତୀପଲ ଉକ୍ତ ସ୍ଥାନରୁ ଚାଲିଯାଇଥିଲେ। ନିଶାରେ ହାତୀ ଶୋଇବା ଘଟଣାକୁ ପାଟଣା ରେଞ୍ଜର ଅସ୍ବୀକାର କରିଛନ୍ତି। ହାତୀ ଶୋଇବା ସ୍ୱାଭାବିକ କଥା କିନ୍ତୁ ମହୁଲି ପୋଚ ଖାଇ ନିଶାରେ ଶୋଇବା ସେଭଳି କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.