ଭୁବନେଶ୍ୱର ଉପକଣ୍ଠରୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର, ୦୯/୧୧: ଭୁବନେଶ୍ୱର ଉପକଣ୍ଠରୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା-ଜଟଣୀ ବାଇପାସ୍‌ ଓଭରବ୍ରିଜ ନିକଟରେ ଚଢାଉ କରି ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛି STF । ଚଢ଼ାଉ ବେଳେ ୨ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଛି । ନିଶାଦ୍ରବ୍ୟ କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ବେପାରୀ ନୟାଗଡ ଅଞ୍ଚଳର ରାକେଶ ସାମନ୍ତରାୟ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ରାକେଶ ଗୋଟିଏ ହତ୍ୟା ଘଟଣାରେ ଗିରଫ ହୋଇ ୨୦୧୮ରୁ ଜେଲରେ ଥିଲା । ଏବେ ସର୍ତ୍ତମୂଳକ ଜାମିନରେ ବାହାରକୁ ଆସିଥିବା ବେଳେ ନିଶାଦ୍ରବ୍ୟ କାରବାର କରୁଥିଲା ।

nis-ad
Leave A Reply

Your email address will not be published.