ଜାମିନ୍ ପରେ ଘରକୁ ଫେରିଲେ ପୂର୍ବତନ ବିଧାୟକ ଅନୁପ ସାଏ

ଝାରସୁଗୁଡା ୦୯/୧୧: ଜେଲରୁ ଫେରିଲେ ବିଧାୟକ । ଦୀର୍ଘ ଦିନ ପରେ ନିଜ ଜିଲ୍ଲାକୁ ଫେରିଛନ୍ତି ପୂର୍ବତନ ବିଧାୟକ ଅନୁପ ସାଏ । ବିଳାସପୁର ହାଇକୋର୍ଟରୁ ଗତ ଗୁରୁବାର ଜାମିନ ମିଳିବା ପରେ ଝାରସୁଗୁଡା ଜିଲ୍ଲାକୁ ଫେରିଛନ୍ତି । ଝାରସୁଗୁଡା ଛତିଶଗଡ଼ ବୋର୍ଡର କନକତୋରାରେ ଅନୁପ ସାଏଙ୍କୁ ତାଙ୍କ ଅନୁଗାମୀ ମାନେ ସ୍ୱାଗତ କରିଥିଲେ । ଏହାପରେ ଅନୁପ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସ୍ଥିତ ବଗରାଚକାର ନିଜ ଘରକୁ ଆସିଥିଲେ ।

ସୂଚନା ଥାଉକି, ବହୁଚର୍ଚ୍ଚିତ କଳ୍ପନା-ବବଲି ଡବଲ ମର୍ଡର ମାମଲାରେ ୨୦୨୦ ଫେବ୍ରୁଆରି ୧୬ରେ ଛତିଶଗଡ଼ ପୋଲିସ ଦ୍ୱାରା ଗିରଫ୍ ହୋଇ ଜେଲ ଯାଇଥିଲେ ଅନୁପ ସାଏ । ଗତ ଅପ୍ରେଲ ୨ ତାରିଖରେ ରାୟଗଡ଼ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏହି ମାମଲାରେ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଅନୁପଙ୍କ ସହଯୋଗୀ ବର୍ଦ୍ଧନ ଟପ୍ପୋକୁ ପୂର୍ବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଜଣେ ରାଜନେତାଙ୍କ ବିରୋଧରେ ଏପରି ଦଣ୍ଡାଦେଶ ହୋଇଥିଲା । ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ଚୂଡ଼ାନ୍ତ ରାୟ ଅପ୍ରେଲ ୨ରେ ପ୍ରକାଶ ପାଇଥିଲା। ଏହି ମାମଲାର ଶୁଣାଣି କରି ୫୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ରାୟଗଡ଼ର ଜିଲ୍ଲା ଦୋୖରା ଜଜ୍‌ ବମକମଲେଶ ଜଗଦଲା ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଦୋଷୀ ପାଇ ତାଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଥିଲେ।

nis-ad
Leave A Reply

Your email address will not be published.