ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ କାରକେଡ଼ ରିହର୍ସଲ

ପୁରୀ ୦୯/୧୧: ଗୁରୁବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ପରେ ବାୟୁସେନାର ସ୍ୱତନ୍ତ୍ର ହେଲିପ୍ୟାଡରେ ଯିବେ ପୁରୀ । ଶ୍ରୀମନ୍ଦିର ଯାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ଏଥିପାଇଁ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ କାରକେଡ଼ ରିହର୍ସଲ କରାଯାଇଛି । ତାଳବଣିଆ ହେଲିପ୍ୟାଡ଼ ଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ହୋଇଥିଲା ରିହର୍ସଲ । ରିହର୍ସଲରେ ପୋଲିସ, ଜିଲ୍ଲାପ୍ରଶାସନର ଅଧିକାରୀ ସାମିଲ ଥିଲେ ।

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ୨୪ ପ୍ଲାଟୁନ ପୋଲିସ ଫୋର୍ସ। ସିଂହଦ୍ୱାର ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ୧୧ ତାରିଖରେ ସେ ଭୁବନେଶ୍ୱରର ଖଣ୍ଡଗିରିରେ ଥିବା ତପୋବନ ସ୍କୁଲ ଓ ୟୁନିଟ-୨ ଗାର୍ଲସ ହାଇସ୍କୁଲ ଯିବେ ।

nis-ad
Leave A Reply

Your email address will not be published.