ସ୍କୁଲ ଛାତ୍ରୀଙ୍କ ଉପରେ ମାଡିଗଲା ହାଇଓ୍ୱା

ସମ୍ବଲପୁର ୦୯।୧୧: ସ୍କୁଲ ଛାତ୍ରୀଙ୍କ ଉପରେ ମାଡିଗଲା ହାଇଓ୍ବା । ମୃତ ଛାତ୍ରୀଙ୍କ ନାମ ପ୍ରଜ୍ଞା ପରମିତା ପାଣିଗ୍ରାହୀ ବୋଲି ଜଣାପଡିଛି । ସମ୍ବଲପୁର ଅଇଁଠାପାଲି ନିକଟସ୍ଥ ବିର୍ସା ମୁଣ୍ଡା ଛକରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଛାତ୍ରୀ ଜଣକ ସକାଳୁ ସାଇକେଲରେ ସ୍କୁଲ ଯିବା ସମୟରେ ହାଇଓ୍ବା ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଛାତ୍ରୀ ଜଣକ ମୃତ୍ୟ ହୋଇଛି । ଛାତ୍ରୀ ଜଣକ ଭାଲୁପାଲିର ସଂଜିବ ପାଣିଗ୍ରାହୀଙ୍କ ସାନ ଝିଅ  ପ୍ରଜ୍ଞାପରମିତା ପାଣିଗ୍ରାହୀ । ସେ ବୁଢାରଜା ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢନ୍ତି ।  ତେବେ ଦୁର୍ଘଟଣା ଘଟିଲା ପରେ ଅଇଁଠାପାଲି ପୋଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି । ଦୁର୍ଘଟଣା ଘଟାଇଥିବା ହାଇଓ୍ବାକୁ ଜବତ କରିବା ସହ ପୋଲିସ ଡ୍ରାଇଭରକୁ କାବୁ କରିଛି ।

ତେବେ ପ୍ରଜ୍ଞା ଜଣେ ମେଧାବୀ ଛାତ୍ରୀ ଥିବାବେଳେ ମେଳାପି ସ୍ବଭାବର ଥିବାରୁ ଝୁରି ହେଉଛନ୍ତି  ସହପାଠୀ | ଖବର ଆସିବା ପରେ ସ୍କୁଲରେ ଶୋକସଭା କରାଯାଇ ଆଜି ଦିନକୁ ଛୁଟି ଘୋଷଣା କରାଯାଇଛି |

nis-ad
Leave A Reply

Your email address will not be published.