ମାଣ୍ଡିଆ ଦିବସରେ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର କ୍ଷୁଦ୍ରଦାନା ଶସ୍ୟ ପ୍ରକଳ୍ପ ପକ୍ଷରୁ ମାଣ୍ଡିଆ ଦିବସ ପାଳନ ଅବସରରେ ମାଣ୍ଡିଆ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟ କ୍ରମରେ ଅତିଥି ଭାବେ ସମିତି ଅଧ୍ୟକ୍ଷ ଶୁଶାନ୍ତ କୁମାର ପ୍ରଧାନ ଓ ବିଡିଓ ଗଦାଧର ପାତ୍ର ଯୋଗଦେଇ ବ୍ଳକ କାର୍ଯ୍ୟାଳୟ ପରିସରରେ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନ ରଥ ୪ଦିନ ଧରି ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚି ସଚେତନ କରିବାର କାର୍ଯ୍ୟକ୍ରମ ରହିଥିବା ଜାଗୃତି ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି। ଏହି କାର୍ଯ୍ୟକ୍ରମକୁ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ କୃଷି ବିଭାଗ କର୍ମଚାରୀ ଉପସ୍ଥିତ ରହି ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.