ବାଇକ୍ ଦୁର୍ଘଟଣାରେ ୨ ଯୁବକ ଗୁରୁତର

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଷୋଳମଇଲି ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଦୁହେଁ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ରାମଣ୍ଡା ଗ୍ରାମର କାହ୍ନୁ ନାୟକ(୨୬) ଓ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଝାଡସାହି ଗ୍ରାମର କେଦାର ମଲ୍ଲିକ (୨୬) । ପ୍ରକାଶ ଯେ , ଆଜି ଅପରାହ୍ନରେ କାହ୍ନୁ ଓ କେଦାର ଗୋଟିଏ ବାଇକରେ ବସି ଦ୍ରୁତ ଗତିରେ ବୁଗୁଡ଼ାରୁ ଫେରୁଥିବା ବେଳେ ଷୋଳମଇଲି ଛକ ନିକଟରେ ରାସ୍ତା କଡରେ ଥିବା ଏକ ଇଟା ଗଦାକୁ ବଡ ଜୋରରେ ଧକ୍କା ଦେଇଥିଲେ । ଫଳରେ ରାସ୍ତା ଉପରକୁ ଛିଟିକି ପଡିବାରୁ ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ସେ ଦୁହିଁଙ୍କୁ ସଂଜ୍ଞାହୀନ ଅବସ୍ଥାରେ ସେଠାରୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।

nis-ad
Leave A Reply

Your email address will not be published.