ବଡ଼ଭାଇର ଛୁରାମାଡ଼ରେ ସାନ ଭାଇ ମୃତ

କଟକ ୦୭।୧୧ : ସଂପର୍କରେ ଲାଗିଲା ରକ୍ତର ଛିଟା । ବଡ଼ ଭାଇର ଛୁରାମାଡ଼ରେ ସାନ ଭାଇ ମୃତ । କଟକ ବାଉଁଶଗଳିରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ପାରିବାରିକ ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାଫଳରେ ବଡ଼ ଭାଇ ଅଜୁ ମୁଲ୍ଲା ରାଗି ଯାଇ ସାନ ଭାଇ ଶେଖ୍‌ ଉଲ୍ଲା ଖାନ୍‌ଙ୍କୁ ଛୁରାମାଡ଼ କରିଥିଲେ । ଶେଷରେ ବଡ଼ଭାଇର ଛୁରାମାଡ଼ରେ ସାନ ଭାଇର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଏପିରିକି ବଡ଼ ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି ଦରଘାବଜାର ଥାନା ପୋଲିସ ।

ସେପଟେ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ମଧ୍ୟ ଜବତ କରିଛି ପୋଲସି । ଏନେଇ ଦରଘାବଜାର ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.