ଚିତ୍ରକୋଣ୍ଡା ବ୍ଲକ୍ ଆନୁକୁଲ୍ୟରେ ଦୁର୍ନୀତି ମୁକ୍ତ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଆୟୋଜିତ…

ଚିତ୍ରକୋଣ୍ଡା: ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅନୁଷ୍ଠିତ ହୋଇ ଯାଇଛି l ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠରଗୋଟି ଉପାନ୍ତ ତଥା ସ୍ୱାଭିମାନ ଅଞ୍ଚଳର ଗ୍ରାମ ପଞ୍ଚାୟତ ମାନଙ୍କରେ ଦୁର୍ନୀତି ମୁକ୍ତ ଭାରତ ସଚେତନତା ସପ୍ତାହ ଉପରେ ସ୍ଥିରୀକୃତ ଧାର୍ଯ୍ୟ ତାରିଖ ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ସରିବା ପରେ ଆଜି ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଙ୍କ ଆହ୍ୱାନ କ୍ରମେ ଚିତ୍ରକୋଣ୍ଡା ଜି.ପି.ଓ. ହେମନ୍ତ କୁମାର ଭୂୟାଁ ଙ୍କ ନେତୃତ୍ୱରେ ବ୍ଲକ ସ୍ତରୀୟ ଦୁର୍ନୀତି ମୁକ୍ତ ସଚେତନତା ସପ୍ତାହ ଅନୁଷ୍ଠିତ ହୋଇ ଯାଇଛି l ଗୋଜିଆଗୁଡ଼ା ସ୍ଥିତ ପେଟ୍ରୋଲ ଟାଙ୍କି ଠାରୁ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର, ଏମ୍.ବି.କେ. ଏବଂ ବିଭିନ୍ନ ଅଧିକାରୀ ମାନେ ହାତରେ ପ୍ଲା କାର୍ଡ, ପୋଷ୍ଟର, ବ୍ୟାନର ଧରି, ଦୁର୍ନୀତି ରୋକିବା ନେଇ ବିଭିନ୍ନ ସ୍ଲୋଗାନ ମାନ ଦେଇ ଏକ ବିଶାଳ ଶୋଭାଯାତ୍ରା ବାହାରି ଏସ୍.ଏସ୍.ଡି. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପହଂଚିଥିଲେ । ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରୀ ଉକ୍ତ ବିଶାଳ ଦୁର୍ନୀତି ମୁକ୍ତ ସଚେତନତା ଶୋଭାଯାତ୍ରକୁ ସ୍ବାଗତ ଜଣାଇ ପାଛୋଟି ନେଇ ଶୋଭାଯାତ୍ରାରେ ସାମିଲ ହୋଇ ବିଦ୍ୟାଳୟରେ ଏକ ଉଦବୋଧନ ସଭା ସହ ଦୁର୍ନୀତି ମୁକ୍ତ ଭାରତ ନିମନ୍ତେ ଏକ ଶପଥ ପାଠ କରାଯାଇ ଉକ୍ତ ବିଦ୍ୟାଳୟ ଠାରୁ ଚିତ୍ରକୋଣ୍ଡା ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଠାରେ ପହଂଚିଥିଲେ l ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ମ୍ୟୁଜିକ ଚେୟାର ପ୍ରତିଯୋଗିତା କରାଯାଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲଙ୍କ ଅଧ୍ୟକ୍ଷତାରେ ସହାୟକ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ବେହେରା, ଏସ୍.ଏସ୍.ଡି. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ତ୍ରିପାଠୀଙ୍କ ଉପସ୍ଥିତିରେ ପୁରସ୍କାର ପ୍ରଦାନ କରାଯାଇଥିଲା l ସମସ୍ତ ଜନସାଧାରଣ, ବିଭିନ୍ନ କାର୍ଯ୍ୟରତ ଅଧିକାରୀ ଆଗ ନିଜେ ସଚେତନ ହେଲେ ଦୁର୍ନୀତିକୁ ରୋକିହେବ ବୋଲି ଅଧ୍ୟକ୍ଷା ମହୋଦୟା ପ୍ରକାଶ କରିଥିଲେ l ଉକ୍ତ ସଚେତନତା ଶୋଭାଯାତ୍ରା, ଶପଥ ପାଠ ସଭା କାର୍ଯ୍ୟକ୍ରମ କୁ ବିପିଏମ ପର୍ଶୁରାମ ବେହେରା, ସିଡିପିଓ ଏ. ଅର୍ଣ୍ଣପୂର୍ଣ୍ଣା, ବିଭିନ୍ନ ପଞ୍ଚାୟତର ପିଇଓ ରାମେଶ୍ୱର ପୂଜାରୀ, ମାଣିକ ହାସଦା, ପବିତ୍ର ମୋହନ କାଟ ରାକା, ରମେଶ ଆୟାର, ସଞ୍ଜିତ ଦାସ,ସଦାଶିବ ଦୋରା, ବିଜୟ ସାବତ, ହର୍ଷିତ ଢ଼ାଲି, ବିଜୟ ମାଡ଼କାମି, ବିଏଲସି ସୋମନାଥ କୁମ୍ଭାର, ମିଶନ ଶକ୍ତି ସଂଯୋଜକ ରବୀନ୍ଦ୍ର ଭୂୟାଁ, ଆଇସିଡିଏସ ସୁପରଭାଇଜର ଚମ୍ପା ନାୟକ ଓ କୁମାରୀ ନାୟକ ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.