ସାମ୍ବାଦିକଙ୍କ ପତ୍ନୀ ବିୟୋଗ

ବୁଗୁଡ଼ା (୫/୧୧) : ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସରୋଜ କୁମାର ପ୍ରଧାନଙ୍କ ଧର୍ମପତ୍ନୀ ସୁଲତା ପ୍ରଧାନ(୪୦)ଙ୍କ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘ ଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ଭୋର ୪ଟା ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କର ମୃତ ଶରୀର ବୁଗୁଡ଼ା ମୁଖ୍ୟ ସଡକସ୍ଥିତ ବାସଭବନରେ ପହଞ୍ଚିବା ପରେ ଆତ୍ମିୟ ସ୍ବଜନ ଏବଂ ସାହି ବାସିନ୍ଦା ତାଙ୍କର ଅନ୍ତିମ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

nis-ad
Leave A Reply

Your email address will not be published.