ସଦନମେଣ୍ଡି ଓ କେନପାଜୁ ଠାରେ ପଲିସଭା ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଗୁମାଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଦନମେଣ୍ଡି ଓ କେନପାଜୁ ଠାରେ ପଲିସଭା ଅନୁଷ୍ଠିତ ହୋଇଯାଇଛି l ଉଭୟ ଗ୍ରାମରେ ଭକ୍ତ କହଁର ସଭା ପରିଚାଳନା କରିଥିଲେ l ଗ୍ରାମର ଜଳ ପରିମଳ, ରାସ୍ତାଘାଟ ମରାମତି, ଛେଳି ଗୁହାଳ, ଗାଈ ଗୁହାଳ ଓ କେନାଲ ମରାମତି ଉପରେ ଆଲୋଚନା ହୋଇଥିଲା l ଏଥିରେ ଗୁମାଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତାପ କହଁର, ନାୟବ ସରପଞ୍ଚ ସୁଜିତ ସାହୁ, ଜି ଆର ଏସ ରୋଜାଲିନ ପରିଛା, ବିଧାୟକପ୍ରତିନିଧି, କନ୍ଧମାଳ ବିଜେଡି ସମ୍ପାଦକ ନୀଳାମ୍ବର କହଁର, ଗ୍ରାମର ବୁଦ୍ଧିଜୀବି ଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.