ବର୍ଜ୍ୟ ବସ୍ତୁକୁ ନେଇ ବିଦ୍ୟାର୍ଥିଙ୍କ ହସ୍ତଶିଳ୍ପ ପ୍ରଦର୍ଶନ ମେଳା…


ଚିକିଟି– ଗଞ୍ଜାମ ଜିଲ୍ଲା ଚିକିଟି ଏନ ଏ ସି ଚଳିତ ସ୍ୱଚ୍ଛ ସର୍ବେକ୍ଷଣ ରେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିବା ପରେ ଆଗାମୀ ୨୦୨୩ ମସିହା ସ୍ୱଚ୍ଛ ସର୍ବେକ୍ଷଣ କୁ ଦୃଷ୍ଟିରେ ରଖି ଆଜି ଚିକିଟି ଏନ ଏ ସି ପକ୍ଷରୁ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ କିପରି ଅଦରକାରୀ ସାମଗ୍ରୀରୁ ବିଭିନ୍ନ ପ୍ରକାର ଆକର୍ଷଣୀୟ ଉତ୍ପାଦ ପ୍ରସ୍ତୁତି କରିପାରିବା ସେ ନେଇ ଏକ ହସ୍ତଶିଳ୍ପ ମେଳାର ଆୟୋଜନ କରାଯାଇଥିଲା।ଏଥିରେ ଚିକିଟି ଏନ ଏ ସି ର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ପ୍ଲାଷ୍ଟିକ, ପଲିଥିନ, କାଗଜ ଓ ବ୍ୟବହାର ହୋଇଥିବା ବର୍ଜ୍ୟ ବସ୍ତୁରୁ ବିଭିନ୍ନ ସାମଗ୍ରୀ ତିଆରି କରି ପ୍ରଦର୍ଶନ କରିଥିଲେ।ଆୟୋଜିତ ସଚେତନତା ସଭାରେ ଅତିଥି ଭାବେ ବ୍ଲକ୍ ଅଧକ୍ଷ ଆପନ୍ନା ସେଠୀ, ଏନ ଏ ସି ଅଧକ୍ଷା ଦୀପା କୁମାରୀ ସାହୁ, ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ଓ ଗୋଷ୍ଠି ଶିକ୍ଷା ଅଧିକାରୀ ବସନ୍ତ ପଣ୍ଡା ପ୍ରମୂଖ ଯୋଗ ଦେଇ ସ୍ୱଚ୍ଛ ସର୍ବେକ୍ଷଣ ଉପରେ ବିଦ୍ୟାର୍ଥିମାନଙ୍କୁ ସଚେତନ କରିଥିଲେ।ଏହି ହସ୍ତଶିଳ୍ପ ପ୍ରଦର୍ଶନିରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରଷ୍କୃତ କରାଯାଇଥିଲା। ଏହି ମେଳାରେ ଚିକିଟି ଏନ ଏ ସି ର ସମସ୍ତ ୱାର୍ଡ ମେମ୍ବର ଉପସ୍ଥିତ ରହିବା ସାଙ୍ଗକୁ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.