ମହାନ୍ ସାରସ୍ୱତ ସ୍ରଷ୍ଟା ଗାଳ୍ପିକ ପ୍ରାବନ୍ଧିକ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତିପ୍ରଫେସର ହରିହର ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ରେ ସ୍ମୃତି ସଂଧ୍ୟା…


ବ୍ରହ୍ମପୁର :ପ୍ରଫେସର ହରିହର ଦାସ ଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ରେ ପ୍ରଫେସର ଦାସ ଙ୍କ ବାସ ଭବନ ରେ ଫଲଗୁ ସାହିତ୍ୟ ସଂସଦ ସାଧାରଣ ସଂପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ ଙ୍କ ସଂଯୋଜନା ରେ  କାର୍ଯ୍ୟକ୍ରମ ଆୟୋଜିତ ସ୍ମୃତି ସଂଧ୍ୟା ରେ ଫଲଗୁ ପରିବାରର ସଭାପତି  ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ  କାର୍ଯ୍ୟ କାରୀ ସଭାପତି ପ୍ରଫେସର ମେଜର ରମା ରମଣ ପାଢ଼ୀ ମୁଖ୍ଯ ଉପଦେଷ୍ଟା ପ୍ରଫେସର ଡ ବ୍ରଜମୋହନ ସାସମଲ ବିଶିଷ୍ଟ କବି ସୁବକ୍ତା ଡ କୁଳମଣି ଓଝା ଲୋକ ସେବକ ମଣ୍ଡଳ ଆଜୀବନ ସଭ୍ୟ ରାଜେନ୍ଦ୍ର କୁମାର ଜେନା ସୁରେଶ ମହାପାତ୍ର ରମେଶ ଚରଣ ତ୍ରିପାଠୀ ପ୍ରମୁଖ  ଯୋଗଦାନ କରି ପ୍ରଫେସର ହରିହର ଦାସ ଙ୍କ ଜୀବନ ତମାମ ସାଧନା ଏବଂ କୀର୍ତ୍ତି ରାଜି ସଂପର୍କ ରେ ଆଲୋଚନା କରି ଥଲେ।  ପ୍ରଫେସର ବିଷ୍ଣୁ ଚରଣ   ଚୌଧୁରୀ କହି ଥିଲେ ପ୍ରଫେସର ହରିହର ଦାସ ଜଣେ ଓଡ଼ିଆ ଭାଷା ସଂସ୍କୃତି ପ୍ରାଣ କେବଳ ନ ଥିଲେ ବରଂ ପ୍ରଚଣ୍ଡ ସ୍ବାଭିମାନୀ ମଣିଷ ପରି ମଣିଷ ଥିଲେ।ଅନେକ ଗଳ୍ପ ଉପନ୍ୟାସ ପ୍ରବନ୍ଧ ପୁସ୍ତକରେ  ପାରିବାରିକ ସାମାଜିକ ଏବଂ ରାଜନୈତିକ କ୍ଷେତ୍ର ରେ ଦେଖାଦେଉଥିବା ପ୍ରସଙ୍ଗ ଗୁଡିକ ଅତି ପ୍ରଭାବଶାଳୀ ଢଙ୍ଗରେ ରଚନା କରି ଓଡ଼ିଆ ସାହିତ୍ୟ ଜଗତ ରେ ସେ ପରିଚିତ ଥିଲେ ବୋଲି ପ୍ରଫେସର ଚୌଧୁରୀ କହି ଥିଲେ


ମୁଖ୍ୟ ବକ୍ତା କୁଳମଣି ଓଝା ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ମହାନ୍ ସାରସ୍ୱତ ସ୍ରଷ୍ଟା ଗାଳ୍ପିକ ପ୍ରାବନ୍ଧିକ ପ୍ରଫେସର ହରିହର ଦାସ ତାଙ୍କ ରଚନା ଗୁଡିକ ରେ ପ୍ରଭାବଶାଳୀ ସନ୍ଦେଶ ଦେଇଥିବା ଯେ କୌଣସି ପାଠକ ଅନୁଭବ କରିବ ବୋଲି ଡ କୁଳମଣି ଓଝା ତାଙ୍କର ବକ୍ତବ୍ୟ ରଖି କହିଥିଲେ। ବିଶ୍ବଦ୍ୟାଳୟ ସ୍ତର ରେ ତାଙ୍କର ଅଧ୍ୟାପନା  ଆକର୍ଷଣ ଥିଲା ଅସାଧାରଣ। ବହୁ ଗୁଣ ଜ୍ଞାନ ପ୍ରଚଣ୍ଡ ପ୍ରତିଭା ଥାଇ ମଧ୍ଯ କେବେ କୌଣସି ସମୟରେ ସମ୍ମାନ ଓ ପୁରସ୍କାର ପାଇବା ପାଇଁ ଚିନ୍ତା କରି ନ ଥିବା ମଣିଷ ଥିଲେ ପ୍ରଫେସର ହରିହର ଦାସ  ବୋଲି ମେଜର ରମା ରମଣ ପାଢ଼ୀ କହିଛନ୍ତି। ରାଜେନ୍ଦ୍ର ଜେନା କହିଥିଲେତାଙ୍କ ପରି ଗୁରୁ ଶ୍ରେଷ୍ଠ ଗୁରୁ ବିରଳ ପ୍ରଥିତଯଶା ସାହିତ୍ୟିକ ପାଇଁ ଗଂଜାମ ଜିଲ୍ଲା କେବଳ ନୁହଁ ଓଡ଼ିଶା ଗର୍ବ ଅନୁଭବ କରେ ବୋଲି କହି ଥିଲେ। ଶ୍ରଦ୍ଧାଞ୍ଜଳି ସଂଧ୍ଯା ରେ  ଫଲଗୁ ସାହିତ୍ୟ ସଂସଦ ପରିବାର ତରଫରୁ ଆୟୋଜିତ ସ୍ମୃତି ଚାରଣ ସଭା ରେ ପ୍ରଫେସର ହରିହର ଦାସ ଙ୍କ ଗୁଣଗ୍ରାହୀ ଯୋଗଦାନ କରି ବକ୍ତବ୍ଯ ରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରାରମ୍ଭ ରେ ଡ କୁଳମଣି ଓଝା ଭଗବତ ଗୀତା ପାଠ କରି ଥିଲେ।ପ୍ରଫେସର ହରିହର ଦାସ ଙ୍କ ଧର୍ମ ପତ୍ନୀ ଏବଂ ସୁକନ୍ୟା ସସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଦୀନବନ୍ଧୁ ଶ୍ରୀ ପଲ୍ଲବ ଧନ୍ଯବାଦ ଜଣାଇ ଥିଲେ। 

nis-ad
Leave A Reply

Your email address will not be published.