ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ

ବୁଗୁଡ଼ା : ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମସ୍ଥ ବିଶ୍ବକର୍ମା ଭବନ ପରିସରରେ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ଏକ ବୈଠକ ସଭାପତି କେ. କୃଷ୍ଣମୂର୍ତ୍ତି ଆଚାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ବାଲିପଦର ପଞ୍ଚାୟତ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ ଓ ଫାଣ୍ଡି ଆଧିକାରୀ ସମୀର ରଞ୍ଜନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏ ଅବସରରେ ମନ୍ତ୍ରୀଙ୍କ ଦ୍ଵାରା ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର କାର୍ଯାଳୟ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ବୈଠକରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ସମ୍ପାଦକୀୟ ବିବରଣୀ ପଠନ ଏବଂ ବଂଶୀଧର ବିଷୋୟୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୋଷାଧକ୍ଷ ମଙ୍ଗୁଳି ପାତ୍ର, ଉପସଭାପତି ମାଧବ ଚନ୍ଦ୍ର ଭୋଳ, ପି.କ୍ରିଷ୍ଣାରାଓ ଦୋରା, ପୁରୁଷୋତ୍ତମ ସାହୁ, ପଞ୍ଚାନନ ପୋଲାଇ, ରାଜଗୋପାଳ ନାୟକ ପ୍ରମୁଖ ସଦସ୍ୟଗଣ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଦ୍ଵିତିକୃଷ୍ଣ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.