ଆଇପିଏସ୍ ଲଳିତ ଦାସଙ୍କୁ ଦୀର୍ଘ ୭ମାସ ପରେ ନୂଆ ନିଯୁକ୍ତି

ଭୁବନେଶ୍ୱର: ୧୯୯୨ ବ୍ୟାଚ୍ ଓଡ଼ିଆ ଆଇପିଏସ୍ ଲଳିତ ଦାସଙ୍କୁ ଦୀର୍ଘ ୭ମାସ ପରେ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ଗତ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ସରକାର ତାଙ୍କୁ ଅଚାନକ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ବସାଇ ଦେଇଥିଲେ ।

ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୨ ବ୍ୟାଚ୍ ଆଇପିଏସ୍ ଲଳିତ ଦାସଙ୍କୁ କଟକସ୍ଥିତ ରାଜ୍ୟ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଆଇପିଏସ୍ ବିକେ ଶର୍ମା ଗତ ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ଆଜି ଶ୍ରୀ ଦାସଙ୍କୁ ଆଜି ଏହି ନୂଆ ନିଯୁକ୍ତି ମିଳିଛି ।

nis-ad
Leave A Reply

Your email address will not be published.