ପାରିବାରିକ କଳହ, ସାନ ଭାଇର ଛୁରା ମାଡ଼ରେ ବଡ ଭାଇ ଗୁରୁତର

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ହୋଇଛି ଛୁରା ମାଡ଼ l ସମ୍ପର୍କୀୟ ସାନ ଭାଇର ଛୁରା ମାଡ଼ରେ ଗୁରୁତର ଆହତ ହୋଇଛି ବଡ ଭାଇ l ଗୁରୁତର ଆହତ ହେଲେ ବି.କରଡ଼ାବାଡ଼ି ଗ୍ରାମ ଖାଦାଳ ସାହିର ବସନ୍ତ ନାଇକ (୩୯ ) l ଆଜି ସନ୍ଧ୍ୟା ୮ ଟା ସମୟରେ ବସନ୍ତ ନିଜ ଘର ସାମ୍ନାରେ ଠିଆ ହୋଇଥିବା ବେଳେ ସେହି ଗ୍ରାମର ସମ୍ପର୍କୀୟ ସାନ ଭାଇ ଧିରେନ ନାୟକ(୨୪ ) ଅତର୍କିତ ଭାବେ ପଛ ପଟୁ ଆସି ଛୁରା ମାଡ଼ କରିଥିବା ଅଭିଯୋଗ ହୋଇଛି l ବସନ୍ତଙ୍କ ପେଟ ଓ ପିଠିରେ ତାଙ୍କର ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ବୁଗୁଡ଼ା ଡାକ୍ତର ଖାନରେ ଭର୍ତ୍ତି କରା ଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ଧିରେନ ଓ ତାଙ୍କ ପରିବାର ଘରେ ତାଲା ଝୁଲାଇ ଫେରାର ହୋଇଯାଇଥିବା ଜଣା ପଡିଛି l

nis-ad
Leave A Reply

Your email address will not be published.