ବିଜେଡି ପକ୍ଷରୁ ୭ଟି ଗ୍ରାମ ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା


ବୁଗୁଡ଼ା : ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ଯ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମର ୩ୟ ପର୍ଯାୟରେ ଆଜି ବୁଗୁଡ଼ା ବ୍ଲକର ପାଙ୍ଗିଡ଼ି, ଖୋଳଖାଳି , ବିରଞ୍ଚିପୁର , ବି.କରଡ଼ାବାଡ଼ି , ତାକରଡା , କରଚୁଲି ଓ କରସିଙ୍ଗି ଆଦି ୭ଟି ଗ୍ରାମ ପଞ୍ଚାୟତରେ ପରିକ୍ରମା କରାଯାଇଥିବା ଜଣାଯାଇଛି । ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷମାନସ ରଞ୍ଜନ ପ୍ରଧାନ, ଏନଏସି ଅଧକ୍ଷ ଚିତ୍ରସେନ ପ୍ରଧାନ , ନାରୀ ନେତ୍ରୀ ଆରତୀ ଦେବୀ,ବୁଗୁଡ଼ା ନଗର ସଭାପତି କେ.ତ୍ରିଲୋଚନ ଦୋରା , ବ୍ଲକ ମହିଳା ସଭାନେତ୍ରୀ ଜ୍ଯୋତ୍ସ୍ନାମୟୀ ଗୌଡ, ଏନ୍ଏସି ମହିଳା ସଭାନେତ୍ରୀ ମନ୍ଦାକିନୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଚାନ୍ଦିନୀ ନାୟକ ଓ ଆସିକା କେନ୍ଦ୍ରିୟ ବ୍ଯାଙ୍କ ବୁଗୁଡ଼ା ଜୋନ ନିର୍ଦ୍ଦେଶିକା ନନ୍ଦିନୀ ଭୂୟାଁଙ୍କ ସମେତ ବିଜେଡିର ବହୁ ଜନପ୍ରତିନିଧି ଏବଂ କର୍ମୀ ସାମିଲ୍ ଥିଲେ । ଉକ୍ତ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ପାଙ୍ଗିଡ଼ି ଗ୍ରାମରୁ ଆରମ୍ଭ ହୋଇ କରସିଙ୍ଗି ଗ୍ରାମରେ ଶେଷ ହୋଇଥିଲା ବେଳେ ଖୋଳଖାଳି ଓ କରଚୁଲି ଗ୍ରାମରେ ଜନସଭାମାନ ଆୟୋଜନ କରାଯାଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରାଯାଇଥିଲା । ଉକ୍ତ ପଦଯାତ୍ରା କାର୍ଯ୍ୟକ୍ରମ ଅବସରରେ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ କତକଲା ଗ୍ରାମଠାରେ ବାଘୁଆ ଜଳସେଚନ ପ୍ରକଳ୍ପ କେନାଲ ପର୍ଯ୍ଯବେକ୍ଷଣ ରାସ୍ତାର ପୁନଃଉଦ୍ଧାର କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିଲା ।

nis-ad
Leave A Reply

Your email address will not be published.