ଚିତ୍ରକୋଣ୍ଡାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ପାନ ଇଣ୍ଡିଆ ସମ୍ପ୍ରକରେ ତାଲିମ କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା : ଗଲା ବର୍ଷ ଭଳି ଚଳିତ ବର୍ଷ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ଶିଶୁ ଓ ମହିଳା କଲ୍ୟାଣ ସମିତି ଅନୁଷ୍ଠାନ ର ସଭାଗୃହ ଠାରେ ମାଲକାନଗିରି ଜିଲା ଆଇନ ସେବା ପ୍ରାଧି କରଣ ଆନୁକୂଲ୍ୟରେ ଆଇନ ସଚେତନତା ଶିବିର ମାଧ୍ୟମରେ ଅଖିଳ ଭାରତୀୟ ସଚେତନତା ଏବଂ ପ୍ରସାରଣ (ପାନ ଇଣ୍ଡିଆ )କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ରାକେଶ କୁମାର ମୁଦୁଲି ଙ୍କ ନିର୍ଦେଶ କ୍ରମେ ସଭାପତି ତଥା ଆଇନଯିବି ବିଷ୍ଣୁ ପ୍ରସାଦ ନାଲା ଓ ଶିଶୁ ଓ ମହିଳା କଲ୍ୟାଣ ସମିତି ର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ପଣ୍ଡା, ଚିତ୍ରକୋଣ୍ଡା ପିଏଲଭି ଖିରୋଦ ବେହେରା ଓ ଜଳନ୍ଧର ନାୟକ ଙ୍କ ମଞ୍ଚାସିନରେ ଉକ୍ତ ପାନ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଚିତ୍ରକୋଣ୍ଡା ଅଞ୍ଚଳ ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଏବଂ ସ୍ଥାନୀୟ ବହୁ ଜନସାଧାରଣ ଯୋଗଦେଇଥିଲେ l ଉକ୍ତ ପାନ ଇଣ୍ଡିଆ କାର୍ଯ୍ୟକ୍ରମ ଟି ନାଲଶା ଓ ସାଲାସା ନିର୍ଦେଶ କ୍ରମେ ଆଜି ଠାରୁ ମାଲକାନଗିରି ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଜି ଚିତ୍ରକୋଣ୍ଡା ଠାରେ ଜନସାଧାରଣ ଗହଣରେ ଆଇନ ସଚେତନତା ମାଧ୍ୟମରେ ସମସ୍ତ ବ୍ୟକ୍ତି ବିଭଳି ମାଗଣାରେ ଆଇନ ସେବା ପାଇ ପାରିବେ ସେ ସମ୍ପର୍କରେ ସଚେତନ କରିଥିଲେ l ସେଇଭଳି ଉକ୍ତ କାର୍ଯ୍ୟକ୍ରମ ବଡପଦର ପଞ୍ଚାୟତ ସାରିଆପାଲି ଗ୍ରାମ ସ୍ଥିତ ବିଦ୍ୟାଳୟ ଠାରେ ବଡପଦର ପଞ୍ଚାୟତ ସରପଞ୍ଚ ସ୍ୱପ୍ନା ଖିଲ ଅଧକ୍ଷତାରେ ଏବଂ ଏମବିକେ ସୁବା ରାଓ ଙ୍କ ସହଯୋଗରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ପରେ ଆଇନ ସେବା ପ୍ରାଧିକାରଣ ମାଧ୍ୟମରେ ଡୋର ଟୁ ଡୋର କ୍ୟାମ୍ପଇନିଙ୍ଗ କରି ଚିତ୍ରକୋଣ୍ଡା ଏବଂ ବଡପଦର ପଞ୍ଚାୟତ ର କେତେକ ଗାଁ ମାନଙ୍କରେ ପାନ ଇଣ୍ଡିଆ କାର୍ଯ୍ୟକ୍ରମ ଉପରେ ସଚେତନତା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ଲଷ୍ମଣ ମୁଦୁଲି, ଚିନ୍ମୟୀ ବିଶୋଇ ଓ ଜଗନ୍ନାଥ ରେଡି ପରିଚାଳନାରେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.