ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଚେଇତା ଗୋଶାଳା ଠାରେ ଗୋପଷ୍ଟମୀ କାର୍ଯ୍ୟକ୍ରମ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଚେଇତା ଠାରେ ଅବସ୍ଥିତ ଗୋ-ଶାଳା ପ୍ରାଙ୍ଗଣରେ ଆଜି ଗୋପାଷ୍ଟମୀ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ଯୋଗଦେଇ ଗୋ-ମାତା ମାନଙ୍କ ଆରାଧନା କରିଥିବା ବେଳେ ଗୋପାଷ୍ଟମୀର ମହତ୍ୱ ସମ୍ୱନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲି ! ତାସହିତ ସମାଜ ତଥା ରାଷ୍ଟ୍ରର ଉପାଦେୟତା ନିମନ୍ତେ ଗୋ-ମାତାର ଆବଶ୍ୟକତା ସମ୍ୱନ୍ଧରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିବା ବେଳେ ଗୋ-ମାତାର ସେବା ହିଁ ମୋକ୍ଷପ୍ରାପ୍ତି ଆଡକୁ ବାଟ କଢାଇବାରେ ସହାୟକ ହେବ ବୋଲି ଅବିହିତ କରିଥିଲି ! ଏଠାରେ ସ୍ମରଣଯୋଗ୍ୟ ଯେ, ଦିନେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗାଈ ଚରାଇବା ସହିତ ଗୋ-ମାତାର ସେବା କରିବାକୁ ନିଜର ସୌଭାଗ୍ୟ ମଣିଥିଲେ ! କାରଣ ଗାଈ ଦେହରେ ସମସ୍ତ ଦେବାଦେବୀ ବସବାସ କରୁଥିବା ବେଳେ ଗାଈର ଦେହରୁ ନିର୍ଗତ ହେଉଥିବା ପ୍ରତ୍ୟେକ ଟି ଜିନିଷ ପବିତ୍ର ଓ ବହୁ ଉପାଦେୟ ଅଟେ ! ତାଛଡା ସମର୍ପିତ ମନରେ ଯଦି ଗାଈର ସେବା ଓ ପୂଜା କରାଯାଏ, ତାହେଲେ ଗୃହରେ ଶାନ୍ତି, ବୈଭବ ଲକ୍ଷ୍ମୀଙ୍କ ଆଗମନ ହେବା ସହିତ ସମସ୍ତ ତୀର୍ଥର ପୁଣ୍ୟପ୍ରାପ୍ତି ଲାଘବ ହୋଇଥାଏ ! ତେବେ ସାମ୍ପ୍ରତିକ ପରିସ୍ଥିତିରେ ଗୋ ପାଳନ, ଗୋ ସେବା ପ୍ରତି ସମାଜରେ ଯେଭଳି ଅନାଗ୍ରହ ଦେଖାଯାଉଛି ତଥା ଯେଭଳି ପରିମାଣରେ ଗୋ-ହତ୍ୟା ବୃଦ୍ଧିପାଉଛି, ତାହା ସନାତନ ହିନ୍ଦୁ ସଂସ୍କୃତି ପାଇଁ ଆଦୌ ଶୁଭଙ୍କର ନୁହେଁ ! ତେଣୁ ଗୋ-ମାତାର ସୁରକ୍ଷା ପାଇଁ ତନ, ମନ ଧନ ଅର୍ପଣ ପୂର୍ବକ ଆମ ସମସ୍ତଙ୍କୁ ଆଗେଇ ଆସିବାର ଆବଶ୍ୟକତା ରହିଛି !

nis-ad
Leave A Reply

Your email address will not be published.