ସୁରିୟା ସିକୁରୀଟି କମ୍ପାନୀରେ କାମ କରି ଦରମା ନପାଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କର୍ମଚାରି

ମାଲକାନଗିରି, ୧।୧୧: ମାଲକାନଗିରି ଜିଲ୍ଲାରେ ହାଇଦ୍ରାବାଦର ଜିଭିପିଆର ନାମକ କମ୍ପାନୀ ଗାଁ ଗାଁକୁ ଜଳ ଯୋଗାଣ କାର୍ଯ୍ୟ କରୁଥିବା ବେଳେ ଏହି କମ୍ପାନୀ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଜଳ ଯୋଗାଣ ନିମନ୍ତେ ବ୍ୟବହାର ହେଉଥିବା ସାମଗ୍ରୀ ରଖୁଥିଲା । ତେବେ ଏହି କ୍ୟାମ୍ପର ତଦାରଖ କରିବା ପାଇଁ କିଛି ସିକୁରୀଟି ଗାର୍ଡ ଆବଶ୍ୟକ ଥିବାରୁ ସୁରିୟା ସିକୁରୀଟି ନାମକ ଏକ କମ୍ପାନୀକୁ ଦାଇତ୍ୱ କମ୍ପାନୀ ଦେଇଥିଲା । ତେବେ ୨୦୧୭ ମସିହାରେ ସୁରିୟା କମ୍ପାନୀ ଦ୍ୱାରା କିଛି ଯୁବକ ଏହି ସିକୁରୀଟି କାମରେ ନିୟୋଜିତ ହୋଇଥିଲେ । ସେମାନଙ୍କୁ ଚାକିରିଦେବା ପୂର୍ବରୁ ସେମାନଙ୍କ ଠାରୁ ୨୦ ରୁ ୩୦ ହଜାର ଟଙ୍କା ସିକୁରୀଟି ବାବଦରେ ନେଇଥିଲେ ସୁରିୟା କମ୍ପାନୀ । ଏଥିସହ ପ୍ରତିମାସରେ ଇପିଏଫ ବାବଦରେ ମଧ୍ୟ ଦରମାରୁ କିଛି ଟଙ୍କା କାଟୁଥିଲେ । କିନ୍ତୁ ବର୍ତ୍ତମାନ ପ୍ରାୟ ୮ ମାସ ହେବ କମ୍ପାନୀ ସେମାନଙ୍କୁ ଦରମା ଦେଉ ନାହିଁ । ଏଥିସହ ସୁରିୟା କମ୍ପାନୀ ବଦଳରେ ଜଗନ୍ନାଥ ସିକୁରୀଟି ଗାଡ଼ କମ୍ପାନୀକୁ ଦାଇତ୍ୱ ଦିଆ ହୋଇଥିବା ସେମାନେ ଜାଣିବା ପରେ ଚିନ୍ତାରେ ପଡିଯାଇଛନ୍ତି । ତେଣୁ ସେହି ସୁରିୟା ସିକୁରୀଟିରେ କାର୍ଯ୍ୟ କରୁଥିବା ୧୬ ଜଣ କର୍ମଚାରୀ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ରରେ ସେମାନଙ୍କ ସେହି ସିକୁରୀଟି ପଇସା, ଦରମା ଓ ଇପିଏଫ ବାବଦରେ କଟା ହୋଇଥିବା ପଇସା ଫେରସ୍ତ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଯଦି ଏହି ଦାବିପତ୍ରର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହୁଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖ୍ୟରେ ଧାରଣା ଦେବେ ବୋଲି ଏହି ଯୁବକ ମାନେ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.