ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ

ସୋରୋ ୨୭/୧୦: ୪ ଦିନ ନିଖୋଜ ପରେ ପୋଖରୀରୁ ମିଳିଲା ମହିଳାଙ୍କର ମୃତଦେହ । ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ ଗାଭର ଗ୍ରାମର ପଦ୍ମନାଭ ଗାହାଣଙ୍କ ସ୍ତ୍ରୀ ଶାନ୍ତିଲତା ଗାହାଣ ।

ଗତ ୨୩ ତାରିଖରେ ଶାନ୍ତିଲତା ଘରୁ କେଉଁଆଡ଼େ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ନମିଳିବାରୁ ପରିବାର ପକ୍ଷରୁ ଶାନ୍ତିଲତା ନିଖୋଜ ନେଇ ଖଇରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ । ଗୁରୁବାର କୁପାରି ନିକଟରେ ଥିବା ଏକ ପୋଖରୀରୁ ଶାନ୍ତିଲତାଙ୍କର ମୃତଦେହ ଭାସୁଥିବା ନେଇ ପରିବାର ଲୋକ ଥାନାରେ ଖବର ଦେଇଥିଲେ । ପୋଲିସ ପହଁଚି ମୃତଦେହ କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.