ଗ୍ୟାଙ୍ଗଷ୍ଟର ସକିଲକୁ ତଡିପାର୍ ନୋଟିସ୍

କଟକ ୨୫/୧୦: ଗ୍ୟାଙ୍ଗଷ୍ଟର ସକିଲକୁ ତଡିପାର୍ ନୋଟିସ୍ । ସକିଲ ସମେତ ଆଉ ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡିପାର ପାଇଁ ଜାରି ହୋଇଛି ନୋଟିସ୍ । ସକିଲକୁ ନୋଟିସ୍ ଜାରି କରିଛି ମଙ୍ଗଳାବାଗ୍ ପୋଲିସ । ନିକଟରେ ଜେଲରୁ ଜାମିନରେ ମୁକୁଳିଥିଲା ଗ୍ୟାଙ୍ଗଷ୍ଟର ସକିଲ ।

ଅନ୍ୟ ଦୁଇ ଅପରାଧୀ ମିଲନ ଲେଙ୍କାକୁ ମାଲଗୋଦାମ ଥାନା ପୋଲିସ ଏବଂ ଡାନି ଓରଫ ଶଶୀକାନ୍ତ ଖଣ୍ଡେଇକୁ ଲାଲବାଗ ଥାନା ପକ୍ଷରୁ ନୋଟିସ୍ ଜାରି ହୋଇଛି । ତେବେ ଏ ସମସ୍ତ ଅଭିଯୁକ୍ତଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା ।

nis-ad
Leave A Reply

Your email address will not be published.