ବାପାକୁ ପିଟିପିଟି ହତ୍ୟା କଲା ପୁଅ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡା ଥାନା ଗଣିଘସା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିିଛି । ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବାପାକୁ ପିଟି ପିଟି ହତ୍ୟା କରିଛି ପୁଅ । ମୃତକ ଜଣକ ଏହି ଗ୍ରାମର ଭୁବନ ମୁଣ୍ଡା।

ସୂଚନା ମୁତାବକ, ପୁଅ ଆକାଶ ମୁଣ୍ଡା ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ଅପରାହ୍ନରେ ଘରକୁ ଫେରିବା ପରେ ଛେଳି ଗଣିବା ବେଳେ ଗୋଟିଏ ଛେଳି କମ୍ ଥିବା ଦେଖିବାକୁ ପାଇଥିଲେ। ଛେଳି ହଜି ଯିବାକୁ ନେଇ ତାଙ୍କୁ ବାପା ଭୁବନ ମୁଣ୍ଡା ତାଗିଦ୍ କରିଥିଲେ। ଯାହାକୁ ଦେଇ ଦୁଇ ଜଣକ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପୁଅ ଆକାଶ ଏକ ଠେଙ୍ଗା ଆଣି ବାପା ଭୁବନ ମୁଣ୍ଡାଙ୍କୁ ପିଟିବାରୁ ବାପା ଗୁରୁତର ହୋଇଖତିଲେ । ତାଙ୍କୁ ଲହୁଣୀ ପଡା ଡାକ୍ତରଖାନାକୁ ଆଣି ଚିକିତ୍ସା କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ ଚାଲଇଛି ।

nis-ad
Leave A Reply

Your email address will not be published.