ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଭାଇ

ପୁରୁଷୋତ୍ତମପୁର, ୨୫/୧୦: ଋଷିକୂଲ୍ୟା ନଦୀରେ ଗାଧୋଉଥିଲା ବେଳେ ଅଘଟଣ । ଗୋଟିଏ ପରିବାରର ଦୁଇ ଭାଇ ମଧ୍ୟରୁ ସାନ ଭାଇ ଭାସି ନଦୀରେ ଭାସି ଯାଉଥିବା ବେଳେ ବଡ଼ ଭାଇ ତାକୁ ଉଦ୍ଧାର କରିବାକୁ ଯାଇ ମଧ୍ୟ ଭାସି ଯାଇଥିଲା । ତେବେ କିଛି ଦୂରରେ ଗାଧୋଉ ଥିବା ଜଣେ ମହିଳା ସାହସ କରି ଜଣକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଷୋଳଘର ଗ୍ରାମର ସନ୍ତୋଷ ମହାନ୍ତି ନିଜ ପୁତୁରାମାନଙ୍କ ସହ ଦୁଇ ପୁଅ କାହ୍ନୁ ମହାନ୍ତି (୧୪ ବର୍ଷ) ଓ କୃଷ୍ଣ ମହାନ୍ତି (୧୯ବର୍ଷ) ନେଇ ନିକଟ ଋଷିକୂଲ୍ୟ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ସାନ ଭାଇ ନଦୀ ସ୍ରୋତରେ ଭାସି ଯାଉଥିଲା ସମୟରେ ବଡ଼ ଭାଇ କୃଷ୍ଣ ତାକୁ ଉଦ୍ଧାର କରିବାକୁ ଯାଇ ଭାସି ଯାଇଥିଲେ । ଦୁହେଁ ଭାସି ଯାଉଥିଲା ବେଳେ ଜଣେ ମହିଳା ସାନ ଭାଇ କାହ୍ନାକୁ ଉଦ୍ଧାର କରିଥିଲା ବେଳେ ବଡ଼ଭାଇ କୃଷ୍ଣ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବିଭାଗ, ବିଡ଼ିଓ, ତହସିଲଦାର, ଅତିରିକ୍ତ ତହସିଲଦାର ଓ ଛତ୍ରପୁର ଓଡ୍ରାଫ ଟିମ ପହଞ୍ଚି ବୋଟସାହାଯ୍ୟରେ ଖୋଜା ଖୋଜି କରୁଛନ୍ତି ।

nis-ad
Leave A Reply

Your email address will not be published.