ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଦଳ ଅଭିଯୋଗ କରିଛି, ଧାମନଗର ଉପନିର୍ବାଚନରେ ଭୋଟ ହାତେଇବା ପାଇଁ ବିଜେପି ବେଆଇନ ଭାବେ କାର୍ଯ୍ୟ କରୁଛି । ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ପ୍ରଲୋଭିତ କରୁଛି । ଏହାର ତଥ୍ୟ ଓ ପ୍ରମାଣ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି ବିଜେଡି ପ୍ରତିନିଧି ଦଳ ।

ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ବିଜେପି ଏଭଳି କାର୍ଯ୍ୟ କରିଆସୁଥିଲା । ଏବେ ପୁଣି ଥରେ ଧାମନଗର ଉପନିର୍ବାଚନରେ ଏହା ଦୋହରାଇଛି । ଏଥିପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି ରଖିଛି ।

nis-ad
Leave A Reply

Your email address will not be published.