ବାଣ ଫୁଟାଇବା ବେଳେ ଜଳିଗଲା ୬ ବଖରା ଛପର ଘର

ଆଠଗଡ ୨୫/୧୦: ଦୀପାବଳିରେ ବାଣ ଫୁଟାଇବା ବେଳେ ଅଘଟଣ । ଗତ ବିଳମ୍ବିତ ରାତିରେ ନିଆଁ ଲାଗି ୬ ବଖରା ଚାଳ ଛପର ଘର ସଂପୂର୍ଣ୍ଣ ପୋଡ଼ିଜଳି ପାଉଁଶ ହୋଇଯାଇଛି । ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଣସ ପାଟଣା ଗ୍ରାମରେ ଦୀପାବଳିରେ ବାଣ ଫୁଟାଇବା ବେଳେ ନିଆଁ ଲାଗି ଛଅ ବଖରା ଘର ପୋଡିଯାଇଛି ।

ଏହି ସମସ୍ତ ଘର ଚାଳ ଛପର ଘର ହୋଇଥିବାରୁ ଗୋଟିଏ ପରେ ଗୋଟିଏ ଘରକୁ ନିଆଁ ବ୍ୟାପି ଯାଇଥିଲା । ଘରର ସଂପୂର୍ଣ୍ଣ ଆସବାପତ୍ର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ତିଗିରିଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପଣସ ପାଟଣା ଗ୍ରାମର ହେମନ୍ତ କୁମାର ସାହୁ, ଅଭୟ କୁମାର ସାହୁ ଓ ଶ୍ରୀଧର ସୁବୁଦ୍ଧିଙ୍କ ୬ ବଖରା ଚାଳ ଘର ପୋଡ଼ି ନଷ୍ଟ ହୋଇ ଯାଇଛି।

nis-ad
Leave A Reply

Your email address will not be published.