ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ୱର ୨୫/୧୦: ରାଜଧାନୀରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଭୁବନେଶ୍ବର ତମାଣ୍ଡୋ ଥାନା ଅନ୍ତର୍ଗତ ଭାଗବାନପୁର ଠାରେ ଘଟିଛି ଘଟଣା । ମୃତକ ହେଲେ ସୁଶ୍ରୀ ସଙ୍ଗୀତା ।

ସୁଶ୍ରୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଦେଢ ବର୍ଷ ତଳେ କଟକର ପ୍ରବୀଣ କୁମାରଙ୍କୁ ବିବାହ କରିଥିଲେ ନିଆଳି ଅଂଚଳର ସୁଶ୍ରୀ ସଙ୍ଗୀତା । ସ୍ୱାମୀଙ୍କ ସହ ଭୁବନେଶ୍ବର କଳିଙ୍ଗ ନଗର ଅଞ୍ଚଳରେ ଭଡାରେ ରହୁଥିଲେ ସୁଶ୍ରୀ । ଗତକାଲି ଦୀପାବଳି ରାତି ୧୦ଟାରେ ଝିଅ ଘରକୁ ଫୋନ ଯୋଗେ ଖବର ଯାଇଥିଲା ତୁମ ଝିଅ ଦେହ ଖରାପ୍ ।

ଖବର ପାଇ ସଙ୍ଗୀତା ପରିବାର ଲୋକେ ମେଡ଼ିକାଲରେ ପହଁଞ୍ଚିଥିଲେ । ସେଠାରେ ଝିଅ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକେ କହିଥିଲେ । ଏନେଇ ବାପ ଘର ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.