ଏପଟେ ପାକତ୍ୟାଗ, ସେପଟେ ସାମୁହିକ ଭୋଜନ ! ସୂର୍ଯ୍ୟ ପରାଗ ଅବସରରେ ହେତୁବାଦୀ ସଂଗଠନ ପକ୍ଷରୁ ସଚେତନତା ସଭା ଓ ସାମୁହିକ ଭୋଜନ କାର୍ଯ୍ୟକ୍ରମ

 ବ୍ରହ୍ମପୁର : ଆଜି ସୂର୍ଯ୍ୟପରାଗ ଅବସରରେ ଲୋକେ ଅନ୍ଧବିଶ୍ୱାସର ଶିକାର ହୋଇ ପାକତ୍ୟାଗ କରୁଥିବା ବେଳେ ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ସ୍ଥାନୀୟ ସିଟି ହାଇସ୍କୁଲ ରୋଡରେ ଥିବା ଚାର୍ବାକ୍ ଭବନ ଠାରେ ଏକ ସାମୁହିକ ଭୋଜନର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ପରି ମହାଜାଗତିକ ଘଟଣାକୁ ନେଇ ସମାଜରେ ବିଭିନ୍ନ ପ୍ରକାରର ଭ୍ରାନ୍ତ ଧାରଣା ଓ କୁପ୍ରଥା ରହି ଆସିଥିବାରୁ ତାକୁ ଭୂଲ ପ୍ରମାଣିତ କରିବା ପାଇଁ ହେତୁବାଦୀଙ୍କ ପକ୍ଷରୁ ଏହି ଅବସରରେ ଏକ ସଚେତନତା ସଭା ବି ଅନୁଷ୍ଠିତ ହୋଇଥିଲା । ଅତିତରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଅଭାବରୁ ସାଧାରଣ ଜନତା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ପରି ପ୍ରାକୃତିକ ଘଟଣାକୁ ବୁଝି ନପାରି ବିଭିନ୍ନ ଅବୈଜ୍ଞାନିକ ଓ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇଥିଲେ । କିନ୍ତୁ ବିଜ୍ଞାନର ବିକାଶ ଫଳରେ ମଣିଷ ଏସବୁ ଘଟଣାର ବୈଜ୍ଞାନିକ ବ୍ୟାଖ୍ୟା କରିବାକୁ ସମର୍ଥ ହୋଇ ପାରିଛି । କିନ୍ତୁ ପରିତାପର ବିଷୟ ଆଜି ଏକବିଂଶ ଶତାବ୍ଦୀରେ ବି ମଣିଷ ସୂର୍ଯ୍ୟପରାଗ ସମୟରେ ଘରୁ ପଦାକୁ ନ ବାହାରିବା, ପାକତ୍ୟାଗ କରିବା ଏବଂ ଗର୍ଭବତୀ ମହିଳା ପରାଗ ସମୟରେ ପଦାକୁ ବାହାରିଲେ ତାର ବିକଳାଙ୍ଗ ଶିଶୁ ଜନ୍ମ ହେବ ବୋଲି ଭ୍ରାନ୍ତ ଧାରଣାର ଶିକାର ହେଉଛନ୍ତି।ତେଣୁ ବୈଜ୍ଞାନିକ ଚିନ୍ତା ଧାରା କୁ ଆପଣେଇବା ସହିତ ଅନ୍ଧ ବିଶ୍ୱାସ ଠାରୁ ଦୂରେଇ ରହିବା ପାଇଁ ସଙ୍ଘଠନ ର ସଦସ୍ୟ ମାନେ ଜନ ସଚେତନତା ସୃଷ୍ଟି କରିଥିଲେ। ବର୍ଷ ବର୍ଷ ଧରି ଚାଲି ଆସିଥିବା ଉପରୋକ୍ତ ଧାରଣାଗୁଡିକୁ ଉଜାଗର କରି ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ, ସାମାଜିକ ଓ ରାଜନୈତିକ କର୍ମୀ ଓ ସାଧାରଣ ଜନତା ଅଂଶ ଗ୍ରହଣ କରିବା ସହ ସାମୁହିକ ଭୋଜନ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ସଂଗଠନର ଜିଲ୍ଲା ସଭାପତି ଇ. ତେଜେଶ୍ଵର ରାଓ, ଭାଲଚନ୍ଦ୍ର ଷଡ଼ଙ୍ଗୀ, କିଶୋର ମିଶ୍ର, ଜାମୁଲା ସୁରେଶ, ବାସବରାଜୁ, ପ୍ରତାପ ଚନ୍ଦ୍ର ପ୍ରଧାନ, ସୁନେଜ ପାଣିଗ୍ରାହୀ, ବିକ୍ରମ ଜେନା, ପ୍ରତାପ ନାୟକ, ମାଧବ କୋଠିଆ, ବିଘ୍ନେଶ୍ଵର ସାହୁ, ବୃନ୍ଦାବନ ପଣ୍ଡା, ପ୍ରତାପ ନାୟକ, ମହମ୍ମଦ ସାଜିଦ ହୁସେନ୍, ଶ୍ୟାମସୁନ୍ଦର ଖାଡଙ୍ଗା, ସୁବାଷ ରାଉତ, ଆଦିତ୍ୟ ରଥ, ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.