ଅଗସ୍ତିନୂଆଗାଁ ଗ୍ରାମରେ ମା ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ

ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର ଭଳିବଲ ପଡିଆ ପୂଜା କମିଟି ଦ୍ୱାରା ଆଜି ଅର୍ଥାତ ରବିବାର ଠାରୁ ମା ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଛି l ମା ଶ୍ୟାମାକାଳୀଙ୍କ ପୂଜା ଏହି ମେଢ଼ରେ ଦୀର୍ଘ ୭ ବର୍ଷ ଧରି ହୋଇଆସୁଛି l ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ଗ୍ରାମ ସହ ଆଖପାଖ ଗାଁ ଉତ୍ସବ ମୁଖର ହୋଇଛି l ପ୍ରତ୍ୟେକ ଦିନ ମା ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତି , ବାହ୍ୟ କୁମ୍ଭ ପୂଜା ,ହୋମ ଇତ୍ୟାଦି କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାବିଧି ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି l ଗତ ରବିବାର ମଧ୍ୟାହ୍ନ ରେ ଋଷୁକୁଲ୍ୟା ନଦୀରୁ କଳସ ଯାତ୍ରା କରି ଜଳ ଆଣି ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ତାପରେ ମହାଆଳତୀ,ବାହ୍ୟ
କୁମ୍ଭପୂଜା,ହୋମ, ଏବଂ ସର୍ବଶେଷରେ ମହାପୂଜା ଅନୁଷ୍ଠିତ ହୋଉଛି l ଏହି ପୂଜା ପଣ୍ଡିତ ସୁମନ ପଣ୍ଡାଙ୍କ ଦ୍ଵାରା ସମ୍ପାଦନ ହେଉଥିଲା ବେଳେ ଚିକୁନ ପଣ୍ଡା ଓ ଭାସ୍କର ପଣ୍ଡା ସହଯୋଗ କରୁଛନ୍ତି l ଉକ୍ତ ପୂଜାରେ କର୍ତା ଭାବେ ଅଶୋକ କୁମାର ନାହାକ ରହିଛନ୍ତି l ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଦସ୍ୟଙ୍କ ଦ୍ୱାରା ଆଳତୀ ଓ ଭଜନ ପରିବେଷଣ କରାଯିବା ସହ ଭଷାଣି ୩୦ ତାରିଖରେ ହେବ ବୋଲି ଭଳିବଲ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି l ଅନ୍ୟମାନଙ୍କ ମଧ୍ୟରେ ବିଳାସ ପଲାଇ ,ରମେଶ ନାହାକ ,ରୋହିତ ନାହାକ ,ଜିତେନ୍ଦ୍ର ଗୌଡ଼ ,ସୁଧୀର ସ୍ୱାଇଁ ,ବାପିନି ସ୍ୱାଇଁ ,ସନ୍ତୋଷ ପ୍ରଧାନ ,ସଂଗ୍ରାମ ପଣ୍ଡା ,ସନ୍ତୋଷ ତରାଇ ,ଦୀପକ୍ ନାହାକ , ରାଜୁ ନାହାକ ,ରାମ ପଲେଇ ଙ୍କ ବ୍ୟତୀତ ଅନ୍ୟ ସଦସ୍ୟମାନେ ସହଯୋଗ କରୁଛନ୍ତି l

nis-ad
Leave A Reply

Your email address will not be published.