ଦେଶବାସୀଙ୍କୁ ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମ୍ବୋଧନ: ‘ଆମେ ମିଳିତ ଭାବେ ଅବିଶ୍ୱସନୀୟ ଲକ୍ଷ୍ୟ ହାସଲ କରିପାରିବା’

ଇଂଲଣ୍ଡ: ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ୧୦ ଡାଉନିଂ ଷ୍ଟ୍ରିଟରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଥମ ଅଭିଭାଷଣ ରଖିଛନ୍ତି ଋଷି ସୁନକ। ସେ କହିଛନ୍ତି, ‘ମୁଁ ମୋର ପୂର୍ବବର୍ତ୍ତୀ ଲିଜ୍‌ ଟ୍ରସ୍‌ଙ୍କୁ ପ୍ରଶଂସା କରିବାକୁ ଚାହୁଁଛି। ସେ ଏହି ଦେଶର ଅଭିବୃଦ୍ଧିରେ ଉନ୍ନତି ଆଣିବାକୁ ଚାହୁଁଥିବା ଭଳି ଏକ ପଦକ୍ଷେପ ନେଇଥିଲେ, ତାହା ଏକ ଭୁଲ ନଥିଲା। ଏହା ଏକ ଉତ୍ତମ ଲକ୍ଷ୍ୟ ଥିଲା ଏବଂ ଦ୍ରୁତ ପରିବର୍ତ୍ତନ ଆଣିବା ପାଇଁ ସେ ଯେପରି ବ୍ୟଗ୍ର ଥିଲେ ତାକୁ ମୁଁ ପ୍ରଶଂସା ଜଣାଉଛି। ତେବେ, ଏଥିରେ କିଛି ଭୁଲ୍‌ ରହିଯାଇଥିଲା। କିନ୍ତୁ, ଯାହା ବି ଭୁଲ ରହିଥିଲା ତାହା କୌଣସି ଖରାପ ଉଦ୍ଦେଶ୍ୟରୁ ଜନ୍ମ ନେଇ ନଥିଲା। ତେବେ, ଭୁଲ୍‌ ଯାହା ହେଲେ ବି ଭୁଲ ବୋଲି କହିଛନ୍ତି ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ।
ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି, ‘ମୋ ସରକାର ଏପରି ଏକ ଅର୍ଥନୀତି ପ୍ରସ୍ତୁତ କରିବ ଯାହା ବ୍ରେକ୍ସିଟ୍‌ ସୁଯୋଗର ସର୍ବାଧିକ ଉପଯୋଗ କରିବ’। ଏହି ସରକାର ପ୍ରତ୍ୟେକ ସ୍ତରରେ ଅଖଣ୍ଡତା, ବୃତ୍ତିଗତତା ଏବଂ ନିଜର ଉତ୍ତରଦାୟିତ୍ୱ ବିଷୟରେ ସଚେତନ ହେବ ଏବଂ ଦେଶବାସୀଙ୍କର ବିଶ୍ୱାସ ଅର୍ଜନ କରିବ।
ମୁଁ ଏଠାରେ ଆପଣମାନଙ୍କ ସାମ୍ନାରେ ଛିଡ଼ା ହୋଇଛି ଦେଶକୁ ଭବିଷ୍ୟତ ମାର୍ଗରେ ଆଗେଇ ନେଇ ଯିବା ପାଇଁ, ଦେଶବାସୀଙ୍କ ଆବଶ୍ୟକତାକୁ ରାଜନୀତିରୁ ଉର୍ଦ୍ଧ୍ୱରେ ରଖିବା ପାଇଁ। ଏକ ସରକାର ଗଠନ କରିବା ମୋ ଲକ୍ଷ୍ୟ, ଯାହା ଆମ ଦଳର ସର୍ବୋତ୍ତମ ପରମ୍ପରାକୁ ପ୍ରତିନିଧିତ୍ୱ କରୁଥିବ। ଆମେ ମିଳିତ ଭାବେ ଅବିଶ୍ୱସନୀୟ ଲକ୍ଷ୍ୟ ହାସଲ କରିପାରିବା ବୋଲି କହିଛନ୍ତି ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ।

nis-ad
Leave A Reply

Your email address will not be published.