ଶ୍ୟାମାକାଳୀ ପୂଜା ଉପଲକ୍ଷେ କଳସ ଯାତ୍ରା

ବୁଗୁଡା : ବୁଗୁଡ଼ା ବ୍ଲକ ଗୋଲିଆ ଗାମସ୍ଥ ତେଲୁଗୁ ସାହିରେ ଲଙ୍ଗଳେଶ୍ୱର ପାଠାଗାର ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ହେଉଥିବା ଶ୍ୟାମାକାଳୀଙ୍କ ପୂଜା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୃଷ୍ଣ ଚନ୍ଦ୍ର ସାହୁ ଓ କୁନି ସାହୁ କର୍ତ୍ତା ଭାବେ ଯୋଗ ଦେଇଥିବା ବେଳେ ପୁରୋହିତ ଗୋଦାବରୀଶ ହୋତା , ଶଶାଙ୍କ ଭୂଷଣ ହୋତା ଓ ଉମା ତନୟ ହୋତାଙ୍କ ଦ୍ଵାରା ଯଥା ରୀତିନୀତି ପ୍ରକାରେ ପୂଜାପାଠ ପୂର୍ବକ କଳସ ଯାତ୍ରାର ଶୁଭାରମ୍ଭ ହୋଇଥିଲା । ଗ୍ରାମର ପୁରୁଷ ଓ ମହିଳାମାନେ ବାଘୁଆ ନଦୀରୁ ଜଳ ପୂର୍ଣ୍ଣ କଳସ ଘେନି ପୂଜା ମଣ୍ଡପରେ ପହଞ୍ଚିବା ପରେ ପୁନଃ ଯଥାବିଧି ପ୍ରକାରେ ପୂଜାପାଠ କରାଯାଇ ସେଗୁଡିକୁ ସ୍ଥାପନ କରାଯାଇଥିଲା । ତେବେ ଚଳିତ ମାସ ୨୪ ତାରିଖରୁ ମା’ ଶ୍ଯାମାକାଳୀଙ୍କ ପୂଜା ଉତ୍ସବ ଆରମ୍ଭ ହୋଇ ୩୧ ତାରିଖ ଦିନ ମା’ଙ୍କ ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.