ଜିଲ୍ଲାପାଳଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କଲେ ଜାତୀୟ ଜନଜାତି କମିଶନର

ନୂଆଦିଲ୍ଲୀ I ରାୟଗଡ଼ା ୨୩/୧୦: ରାୟଗଡ଼ା ଜିଲ୍ଲାପାଳ ସ୍ଵଧା ଦେବ୍‌ ସିଂହଙ୍କ ବିରୋଧରେ ଜାତୀୟ ଜନଜାତି କମିଶନର ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। ଅକ୍ଟୋବର ୨୭ ଦିନ ୧୧ଟାରେ ତାଙ୍କୁ ଜାତୀୟ ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। କମିଶନର ଏନେଇ ପୋଲିସ ଡିଜି ସୁନିଲ କୁମାର ବଂଶଲଙ୍କୁ ଚିଠି ଲେଖିଛନ୍ତି।

ସୂଚନା ଥାଉକି, ରାୟଗଡ଼ା ଜିଲ୍ଲର କାଶିପୁର ବ୍ଲକ ଅନ୍ତର୍ଗତ ଦ୍ଵିମୁଣ୍ଡି ଗାଆଁର ଆଦିବାସୀମାନେ ଉତ୍କଳ ଆଲୁମିନା ପ୍ରକଳ୍ପ ପାଇଁ ହେଉଥିବା ସମସ୍ୟା ପାଇଁ ଜାତୀୟ ଜନଜାତି ଆୟୋଗଙ୍କ ପାଖରେ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ତାଙ୍କୁ ୩ ଥର ସମନ କରାଯାଇଥିଲେ ମଧ୍ୟ ସେ ହାଜର ହୋଇ ନଥିବାରୁ ଆୟୋଗ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି।

nis-ad
Leave A Reply

Your email address will not be published.