ହଷ୍ଟେଲ୍‌ରେ ମିଳୁନି ଖାଦ୍ୟ; ତହସିଲ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିଲେ ଛାତ୍ରୀ

କରଞ୍ଜିଆ ୨୩/୧୦: ଛାତ୍ରାବାସରେ ଛାତ୍ରୀମାନଙ୍କୁ ମିଳୁନି ଖାଦ୍ୟ। ଭୋକ ଓପାସରେ ରହୁଛନ୍ତି ଛାତ୍ରୀ। ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀମାନଙ୍କୁ ଭାତ ସହିତ ତର୍କାରି ନଦେଇ ଲୁଣ ଖାଇବାକୁ ଦେଉଥିବା ଅଭିଯୋଗ। ଶେଷରେ ଛାତ୍ରୀମାନେ  ଭୋକ ସହିନପାରି ତହସିଲ କାର୍ଯ୍ୟାଳୟକୁ ଆସି କାନ୍ଦୁଥିବା ଦେଖିବାକୁ ମିଳିଛି। ଏପରି ଅଭାବନୀୟ ଦୃଶ୍ୟ ଖବର ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି।

ଖବର ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ଥିବା ସମନ୍ୱତି ଆଦିବାସୀ ଉନ୍ନୟନ ସଂସ୍ଥାର ଛାତ୍ରୀ ହଷ୍ଟେଲରେ ୯୪ ଜଣ ଛାତ୍ରୀ ରହନ୍ତି। ସେଠାରେ ହଷ୍ଟେଲ୍‌ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ଖାଇବାକୁ ଦେଉନଥିଲେ। ଫଳରେ ଛାତ୍ରୀମାନେ ହଷ୍ଟେଲରୁ ବାହାରି ୧ କିମି ଚାଲି ଚାଲି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରବିବାର ତହସିଲ କାର୍ଯ୍ୟାଳୟ ବନ୍ଦ ଥିବାରୁ ଛାତ୍ରୀମାନେ ବ୍ଲକ ଆଗରେ କାନ୍ଦୁଥିଲେ। ଏହାଦେଖି ସ୍ଥାନୀୟ ଲୋକ ଏକାଠି ହୋଇ ହୋଇଥିଲେ। ପରେ ଭୋକିଲା ଛାତ୍ରୀମାନଙ୍କୁ ସେମାନେ ବିସ୍କୁଟ ଖାଇବାକୁ ଦେଇଥିଲେ। ଏ ବିଷୟରେ ଜାଣି ଏବିଓ, ସିଆରସିସି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସେଠାରେ ପହଞ୍ଚି ଛାତ୍ରୀମାନଙ୍କୁ ହୋଟେଲରୁ ଆଣି ଖାଇବାକୁ ଦେଇଥିଲେ।

ଅନ୍ୟପଟେ, ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ଲମ୍ବେଶ୍ୱରୀ ନାଏକ ଛାତ୍ରୀଙ୍କୁ ଖାଦ୍ୟ ନଦେବା ସହ ଅଧିକାଂଶ ସମୟ ଲୁଣ ଭାତ ଦେଉଥିବାର ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଶନିବାର ରାତିରୁ ରନ୍ଧନ ଗ୍ୟାସ ସରିଯାଇଥିବାରୁ ରୋଷେଇ ହୋଇନାହିଁ ବୋଲି ହଷ୍ଟେଲ ରୋଷେୟା କହିଛନ୍ତି। ସେପଟେ ଛାତ୍ରୀମାନେ କାର୍ଯ୍ୟାଳୟ ଆଗରେ ବସି ରହିଛନ୍ତି।

nis-ad
Leave A Reply

Your email address will not be published.