୨୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ୍‌

ଟିଟିଲାଗଡ, ୨୩/୧୦: ବଲାଙ୍ଗିର ଜିଲ୍ଲାରେ ପୁଣି ପୋଲିସ ଦ୍ବାରା ଉଦ୍ଧାର ହୋଇଛନ୍ତି ଦାଦନ ଶ୍ରମିକ । ସଇଁନ୍ତଲା ଥାନା ଟିକ୍ରାପଡା ଫାଣ୍ଡିରେ ସେମାନଙ୍କୁ ରଖିଛି ପୋଲିସ। ପ୍ରାୟ ୧୦ଟି ପରିବାରରୁ ୧୦ ଜଣ ପୁରୁଷ ୮ଜଣ ମହିଳା ଓ ୧୦ ଜଣ ଶିଶୁ ଥିବା ଜଣାପଡିଛି ।

ସମସ୍ତେ ସଇଁନ୍ତଲା ବ୍ଲକ କୁମାରୀ ଅଞ୍ଚଳର ବୋଲି ପୋଲିସ୍‌ ସୂଚନା ଦେଇଛି । ଦାଦନମାନଙ୍କୁ ନେଇଯାଉଥିବା ଦଲାଲ ଫେରାର ହୋଇଯାଇଥିବା ବେଳେ ପୋଲିସ ଏକ ବୋଲୋରୋ ପିକଅପ୍ ଗାଡି ଜବତ କରି ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.