ଶ୍ରୀମନ୍ଦିର ପରିସର ମା’ ଲକ୍ଷ୍ମୀଙ୍କ ମନ୍ଦିର ଭିତରୁ ଉଦ୍ଧାର ହେଲା ଧଳା ପେଚା

ପୁରୀ, ୨୩/୧୦: ଆଜି ପବିତ୍ର ଧନତେରାସ । ଶ୍ରୀକ୍ଷେତ୍ରରେ ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ । ଆଜିଭଳି ପବିତ୍ର ଦିନରେ ଶ୍ରୀମନ୍ଦିର ପରିସର ସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିରରୁ ଏକ ଧଳା ପେଚା ଉଦ୍ଧାର କରାଯାଇଛି ।

ମହାଲକ୍ଷ୍ମୀଙ୍କ ସେବାୟତ ମଧୁସୂଦନ ସିଂହାରୀ ଏହି ଧଳା ପେଚାକୁ ଉଦ୍ଧାର କରି ଏକ ବ୍ୟାଗ୍ ଯୋଗେ ଶ୍ରୀମନ୍ଦିର ବାହାରକୁ ଆଣି ପରେ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଏହି ଧଳା ପେଚା ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ କୌତୁହଳ ପ୍ରକାଶ ପାଇଥିଲା । ମା ଲକ୍ଷ୍ମୀଙ୍କ ମନ୍ଦିରରୁ ଧଳା ପେଚାଟି ଉଦ୍ଧାର ହୋଇଥିବାରୁ ଏହି ଘଟଣାକୁ ନେଇ ଭକ୍ତି ଭାବନା ଦ୍ଵିଗୁଣିତ ହୋଇଛି ।

nis-ad
Leave A Reply

Your email address will not be published.