ହାଟପଦା ସାଜିଛି ଅଳିଆ ଗଦା,କେବେ ସୁଧୁରିବ ସ୍ଥିତି

ଦାରିଙ୍ଗବାଡ଼ି (୨୩/୧୦) : ସ୍ୱଚ୍ଛ ଭାରତ ମିଶନ ଜରିଆରେ ପରିବେଶକୁ ସ୍ଵଛତା ରଖିବା ପାଇଁ ସରକାର ବିଭିନ୍ନ ସମୟରେ ବହୁ ସଚେତନତା ବାର୍ତା ଦେବା ସହ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ତାହା କେତେ ଫଳପ୍ରଦ ହେଉଛି ତାହା ସିମନବାଡ଼ି ଜନଜାତି ହାଟପଦା ଦେଖିଲେ ଜଳଜଳ କରି ଜଣାପଡୁଛି। ଦାରିଙ୍ଗବଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ବଜାରରେ ରହିଛି ଜନଜାତି ହାଟପଦା। ସ୍ଥାନୀୟ ଚାଷୀ ଅବା ବ୍ୟବସାୟୀ ଉକ୍ତ ସ୍ଥାନରେ ଉଠା ଦୋକାନ ବ୍ୟବସାୟ କରିବା ନିମନ୍ତେ ପଞ୍ଚାୟତ ପକ୍ଷରୁ ୨୦୧୬ ମସିହାରେ ୧୫ ଲକ୍ଷ ବ୍ୟୟ ଅଟକଳରେ ହାଟପଦା ନିର୍ମାଣ ହୋଇଥିଲା । ଏହାପରେ ବାଲିଗୁଡା ଆଇଟିଡ଼ିଏ ପକ୍ଷରୁ ୩ ବର୍ଷ ପୂର୍ବେ ପୁଣି ୩ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ହେଲେ ଉକ୍ତ ସ୍ଥାନରେ ଆଜି ପର୍ଯ୍ୟନ୍ତ ହାଟ ହୋଇପାରିଲା ନା କିଛି ପଞ୍ଚାୟତକୁ ରାଜସ୍ବ ଆସିଲା ଭଳି କିଛି ଯୋଜନା ହୋଇପାରିଲା । ବରଂ ସରକାର କା ମାଲ ଦରିଆ ମେ ଡାଲରେ ଚାଲିଛି ସରକାରୀ ଅର୍ଥ ଖର୍ଚ । ଏପରିକି ଉକ୍ତ ସ୍ଥାନରେ ଅଳିଆ ଆବର୍ଜନା ଗଦାହେଲେ ସଫା କରିବା ବାବଦରେ ପଞ୍ଚାୟତ ପକ୍ଷରୁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ ହୋଇସାରିଲାଣି । ହେଲେ ବି ସୁଧୁରୁନି ସ୍ଥିତି । ଯଥା ପୂର୍ଵମ ତଥା ପରମ । ବର୍ତମାନ ପୁଣି ଏହି ହାଟପଦାର ମରାମତି ଓ ପୁନରୁଦ୍ଧାର ନିମନ୍ତେ ଦାରିଙ୍ଗବାଡ଼ି ବ୍ଲକରୁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିବା ବେଳେ ଅଧାକାମ ସମ୍ପୂର୍ଣ୍ଣ ହୋଇସାରିଲାଣି । ଆଉ ଅଧା କାମ ବାକି ରହିଛି । ହେଲେ ମଧ୍ୟ ଉକ୍ତ ସ୍ଥାନରେ କୁଢ଼ କୁଢ଼ ଅଳିଆ ଗଦା ହୋଇରହିଥିବା ଦେଖିବାକୁ ମିଳୁଛି । ଏମିତି କି ଅଳିଆ ଗଦା ହୋଇ ଦୁର୍ଗନ୍ଧରେ ନାକ ଫାଟି ଯାଉଛି । ରାସ୍ତାରେ କେହି ଯାଆସ କରିପାରୁନାହାନ୍ତି । ମଶାବଂଶ ବୃଦ୍ଧି ପାଇବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ସିମନବାଡ଼ିରେ ହାଟତ ବସୁନଥିବା ବେଳେ ଅନାବଶ୍ୟକ ଭାବେ ଉକ୍ତ ହାଟପଦା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା କାହିଁକି ଖର୍ଚ କରାଯାଉଛି ବୋଲି ଅଂଚଳବାସୀ ସ୍ଥାନୀୟ ପ୍ରଶାସନକୁ ପ୍ରଶ୍ନ କରିଥିବା ବେଳେ ଉକ୍ତ ହାଟପଦାକୁ ମାର୍କେଟ କମ୍ପ୍ଲେକ୍ସ କରିଥିଲେ ସ୍ଥାନୀୟ କିଛି ବ୍ୟବସାୟୀ ଲାଭବାନ ହୋଇପାରିବା ସହ ପଞ୍ଚାୟତକୁ ପ୍ରତି ବର୍ଷ ଲକ୍ଷାଧିକ ଟଙ୍କାର ରାଜସ୍ବ ଆସି ପାରିବ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ ହାଟ ବସିବାକୁ ଗୁରୁତ୍ୱ ଦେବା ନେଇଁ ଦାବୀ ହେଉଛି। ସିମନବାଡ଼ି ପଞ୍ଚାୟତରେ ହାଟ ବସିବା ନେଇଁ ଜିଲା ପ୍ରଶାସନ ଗୁରୁତ୍ୱ ଦେବାବାକୁ ପଞ୍ଚାୟତ ବାସୀ ପକ୍ଷରୁ ଦାବି ହେଉଥିବା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.