ଭଗବାନ ଧନ୍ଵନ୍ତରୀଙ୍କ ଜୟନ୍ତୀ ପାଳିତ

ବୁଗୁଡା : ସ୍ଥାନୀୟ ଅରବିନ୍ଦ ନଗର ନିବାସୀ ଆୟୁର୍ବେଦ ଚିକିତ୍ସକ କିଶୋର ଚନ୍ଦ୍ର ପଣ୍ଡାଙ୍କ ପକ୍ଷରୁ ସ୍ବବାସଭବନ ପରିସରରେ ଭଗବାନ ଧନ୍ଵନ୍ତରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପବିତ୍ର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କାଳରେ ଚର୍ତୁଭୁଜ ଧନ୍ଵନ୍ତରୀଙ୍କ ନିକଟରେ ଯଥା ରୀତିନୀତି ପ୍ରକାରେ ପୂଜାପାଠ ପୂର୍ବକ ଲୋକ କଲ୍ୟାଣାର୍ଥେ ଏବଂ ଜରା ବ୍ୟାଧି ନିବାରଣ ନିମନ୍ତେ ଆରାଧନା କରାଯାଇଥିଲା । ଏ ଅବସରରେ ଦେବବୈଦ୍ୟ ଧନ୍ଵନ୍ତରୀଙ୍କ ଭକ୍ତଗଣ ଏବଂ ସାହି ବାସିନ୍ଦା ଭଗବାନଙ୍କ କୃପା ଭିକ୍ଷା ପୂର୍ବକ ସ୍ବ ସ୍ବ ପରିବାରର ଆରୋଗ୍ୟ କାମନା କରିଥିଲେ ।

nis-ad
Leave A Reply

Your email address will not be published.