ଟ୍ରକ୍‌ ଭିତରେ କରୁଥିଲେ ରୋଷେଇ, ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍

ପାଟଣା, ୨୩/୧୦: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ପେଟ୍ରୋଲ ପମ୍ପ ନିକଟରେ ଏକ ୧୪ ଚକିଆ ଟ୍ରକ ହୁତୁ ହୁତୁ ହୋଇ ଜଳି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସରେ ରାସ୍ତାକଡ଼ରେ ଟ୍ରକକୁ ଛିଡ଼ା କରି ଗାଡ଼ି ଭିତରେ ଗ୍ୟାସରେ ରୋଷେଇ କରୁଥିଲେ ।

କବାଟ ଝରକା ବନ୍ଦ କରି ଗାଡ଼ିର ଚାଲାଣ କାଟିବାକୁ ଉଭୟ ଡ୍ରାଇଭର ଓ ହେଲପର ଯାଇଥିବା ବେଳେ ଏଭଳି  ଅଘଟଣ ଘଟିଛି । ତେବେ ଅଳ୍ପକେ ଆସନ୍ନ ବିପତ୍ତିରୁ ଚାଳକ ଓ ହେଲ୍ପର ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

nis-ad
Leave A Reply

Your email address will not be published.