ଦୁର୍ଗମ ପର୍ସନପଲ୍ଲୀ ଠାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ, ଯୋଗ ଦେଲେ ଜିଲ୍ଲା କ୍ରିକେଟ ସଂଘର ସଭାପତି

ପଡିଆ, ୨୨/୧୦ : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଦୁର୍ଗମ ମାଟେରୁ ପଞ୍ଚାୟତର ପର୍ସନପଲ୍ଲୀ ଗ୍ରାମ ଠାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଓ ପଡ଼ୋଶୀ ଛତ୍ତିଶଗଡ଼ ର ମୋଟ ୧୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଗୁମ୍ମା ଓ ପର୍ସନପଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଯିତ ଉଦଘାଟନୀ ଉତ୍ସବରେ ମାଲକାନଗିରି ଜିଲ୍ଲା କ୍ରିକେଟ ସଂଘର ସଭାପତି ଏମଡି ଫାରୁକ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଡିଆ ଜିଲ୍ଲା ପରିଷଦ ସଭ୍ୟା ସୁରଭୀ ଭୌମିକ, ମାଟେରୁ ସରପଞ୍ଚ ଲଛମନ ମାଡକାମି ଓ ସ୍ଥାନୀୟ ଅଂଚଳର ଅନ୍ୟାନ୍ୟ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ। ମ୍ୟାଚ ଆରମ୍ଭରୁ ପର୍ସନପଲ୍ଲୀ ଭଳି ଦୁର୍ଗମ ଅଞ୍ଚଳରେ ଏଭଳି ଟୁର୍ଣ୍ଣାମେଣ୍ଟ ର ଆୟୋଜନ ସହ ସ୍ଥାନୀୟ ଅଞ୍ଚଳର ଖେଳାଳୀ ଙ୍କ ମଧ୍ୟରେ ରହିଥିବା ଧର୍ଯ୍ୟ ଓ ସହନଶୀଳତା ବାବଦରେ ମତ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ କୁ ସ୍ଥାନୀୟ ଅଞ୍ଚଳର କିଛି ଶିକ୍ଷକ ଓ ଯୁବକ ମାନେ ଆୟୋଜନ କରିଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.