୩୦ ହଜାର ଟଙ୍କାର ବାଣ ଜବତ, ଜଣେ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ନିମପଦର ଗ୍ରାମରେ ଶୁକ୍ରବାର ରାତିରେ ପୋଲିସ ଚଢାଉ କରି ୩୦ ହଜାର ଟଙ୍କାର ବାଣ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାଯାଇଛି ।ଗିରଫ ଜଣକ ହେଲେ ନିମପଦର ଗାଁର ଗୋବିନ୍ଦ ଚନ୍ଦ୍ର ସାହୁ(୨୩) । ଏନେଇ ପୋଲିସ କେସ ନଂ ୬୧୮/୨୨ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ, ଲାଇସେନ୍ସ ନଥିବା ସତ୍ତ୍ୱେ ଗୋବିନ୍ଦ ବିକ୍ରି ପାଇଁ ବାଣ କିଣି ଆଣି ଏକ ଟେଣ୍ଟ ହାଉସ୍ ମଧ୍ୟରେ ଲୁଚାଇ ରଖିଥିଲା । କୌଣସି ସୂତ୍ରରୁ ଖବର ପାଇ ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ସମୀର କୁମାର ସେଠୀଙ୍କ ନେତୃତ୍ତ୍ଵରେ ଏକ ପୋଲିସ୍ ଟିମ୍ ସେଠାରେ ଚଢ଼ାଉ କରି ବାଣ ସବୁକୁ ଜବତ କରିବା ସହ ଗୋବିନ୍ଦକୁ ଗିରଫ କରିଥିଲା ।

nis-ad
Leave A Reply

Your email address will not be published.