ଡାକ୍ତରଙ୍କୁ ଆକ୍ରମଣ ମାମଲା: କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ଡାକ୍ତରଙ୍କ ବିରୋଧରେ ଆକ୍ରମଣ ପ୍ରସଙ୍ଗରେ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାର ଏବଂ ଏମ୍‌ସିଆଇ (ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ)କୁ‌ ନୋଟିସ୍‌ କରିଛନ୍ତି। ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଏବଂ ଜଷ୍ଟିସ ବେଲା ଏମ୍‌ ତ୍ରିବେଦୀଙ୍କ ଖଣ୍ଡପୀଠ ଉକ୍ତ ମାମଲାରେ ରାଜସ୍ଥାନ ସରକାରଙ୍କୁ ମଧ୍ୟ ନୋଟିସ କରିଛନ୍ତି। ଦିଲ୍ଲୀ ଡକ୍ଟର୍‌ସ ଫୋରମ୍‌, ଇଣ୍ଡିଆନ ମେଡିକାଲ ଆସୋସିଏସନ ଏବଂ ଡାକ୍ତର ସୁନୀତ କୁମାର ଉପାଧ୍ୟାୟଙ୍କ ଦ୍ବାରା ହୋଇଥିବା ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର, ଏମ୍‌ସିଆଇ ଏବଂ ରାଜସ୍ଥାନ ସରକାରଙ୍କଠାରୁ ଜବାବ ମାଗିଛନ୍ତି ।

ଦେଶରେ ଡାକ୍ତରଙ୍କ ବିରୋଧରେ ଆକ୍ରମଣ ବୃଦ୍ଧି ପାଉଛି । ତେଣୁ ‌କେନ୍ଦ୍ର ସରକାର ଦେଶବ୍ୟାପୀ ଡାକ୍ତରଙ୍କ ସୁରକ୍ଷା ଦିଗରେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାପାଇଁ ଏବଂ ଏଦିଗରେ ନିର୍ଦ୍ଦେଶାବଳି ଆଣିବାପାଇଁ ଆବେଦନରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଡାକ୍ତର ଉପାଧ୍ୟାୟଙ୍କ ପତ୍ନୀ ଅର୍ଚ୍ଚନ‌ା ଶର୍ମା ଜଣେ ଗାଇନେକୋଲୋଜିଷ୍ଟ। ସେ ରାଜସ୍ଥାନର ଦୌସା ଜିଲ୍ଲାରେ ଆତ୍ମହତ୍ୟା କରିଦେଇଛନ୍ତି। ଜଣେ ମହିଳାଙ୍କ ପ୍ରସବ ସମୟରେ ତାଙ୍କର ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ କିଛି ଲୋକ ତାଙ୍କୁ ମାନସିକ ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିଥିଲେ। ତାଙ୍କ ସ୍ବାମୀ ଉକ୍ତ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.